Team India: ଶ୍ରୀଲଙ୍କାସ୍ଥିତ ଇଣ୍ଡିଆ ହାଉସ୍‌ରେ ଭାରତୀୟ ଖେଳାଳିଙ୍କୁ ଭବ୍ୟସ୍ବାଗତ

Aug 21, 2026 - 16:57
Team India: ଶ୍ରୀଲଙ୍କାସ୍ଥିତ ଇଣ୍ଡିଆ ହାଉସ୍‌ରେ ଭାରତୀୟ ଖେଳାଳିଙ୍କୁ ଭବ୍ୟସ୍ବାଗତ

"କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ଖେଳିବା ପୂର୍ବରୁ ଗୁରୁବାର ଭାରତୀୟ ଦଳକୁ କଲମ୍ବୋସ୍ଥିତି ଇଣ୍ଡିଆ ହାଉସ୍‌ଠାରେ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି।

ଶ୍ରୀଲଙ୍କାରେ ଥିବା ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା ଖେଳାଳିମାନଙ୍କ ପାଇଁ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ।

ଏଥିରେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଦଳର ଖେଳାଳିମାନେ ମଧ୍ୟ ଯୋଗ ଦେଇଥିଲେ।

ଏହା ଏକ "ସ୍ମରଣୀୟ ସନ୍ଧ୍ୟା" ବୋଲି ଦୁଇ ଦଳକୁ ଆତିଥ୍ୟ ଦେଇଥିବା ଶ୍ରୀ ଝା କହିଥିଲେ।Advertisment  ‌"ଏକ୍ସ"ରେ ସେ ଲେଖିଥିଲେ, ""ଟିମ୍‌ ଇଣ୍ଡିଆ ପାଇଁ ଉତ୍ସାହିତ, ସଂପ୍ରତି ଏଠାରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଅବସରରେ ଉଭୟ ଭାରତ ଓ ଶ୍ରୀଲଙ୍କାର ପୁରୁଷ କ୍ରିକେଟ୍‌ ଦଳକୁ ଆତିଥ୍ୟ ଦେଇ ବହୁତ ଖୁସି।

କ୍ରିକେଟ୍ ଉଭୟ ଦେଶର ସମ୍ପର୍କକୁ ଆହୁରି ଦୃଢ଼ କରିଚାଲିଛି।"" କଲମ୍ବୋରେ ଏକ ସ୍ମରଣୀୟ ସନ୍ଧ୍ୟା, ଶ୍ରୀଲଙ୍କାରେ ଥିବା ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା, ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ କଲମ୍ବୋସ୍ଥିତ ଇଣ୍ଡିଆ ହାଉସ୍‌ରେ ଟିମ୍‌ ଇଣ୍ଡିଆକୁ ଆତିଥ୍ୟ ଦେଇଥିଲେ।

ବୋଲି ବିସିସିଆଇ "ଏକ୍ସ"ରେ କହିଛି।

ସୂଚନାଯୋଗ୍ୟ ଯେ ଭାରତ ଘରୋଇ ଦଳ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୧୬୫ ରନ୍‌ରେ ଜିତିନେଇଛି।

ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଟେ‌ଷ୍ଟ୍‌ ଶୃଙ୍ଖଳାରେ ଭାରତ ସଂପ୍ରତି ୧-୦ରେ ଆଗରେ ରହିଛି।

ଦ୍ବିତୀୟ ଟେଷ୍ଟ୍‌ ରବିବାରଠୁ କଲମ୍ବୋର ସିନ୍‌ହାଲେସେ ସ୍ପୋର୍ଟ୍ସ କ୍ଲବ୍‌ଠାରେ ଖେଳାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।