Teenager Sets Guinness World Record: ୧୬ ବର୍ଷରେ CA, ଜାଣନ୍ତୁ କେମିତି କଲେ ଏହି ବିଶ୍ୱ ରେକର୍ଡ ?
ମାତ୍ର ୧୬ ବର୍ଷ ବୟସରେ ପେସାଦାର ଆକାଉଣ୍ଟିଂ ଯୋଗ୍ୟତା ହାସଲ କରି ଚର୍ଚ୍ଚାରେ ଲକ୍ଷ୍ମଣନ ମେୟ୍ୟାପ୍ପନ। ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ତାଙ୍କୁ ବିଶ୍ୱର ସବୁଠୁ କମ୍ ବୟସର ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସ୍ୱୀକୃତି ଦେଇଛି। ଦୁବାଇରେ ସେ ମାତ୍ର ୧୬ ବର୍ଷ ୧୪୧ ଦିନ ବୟସରେ ଏହି ରେକର୍ଡ କରିଛନ୍ତି।
କୋଭିଡ୍ ସମୟରେ ଦଶମ ଶ୍ରେଣୀ ପରୀକ୍ଷା ପରେ ଆକାଉଣ୍ଟିଂ ପ୍ରତି ତାଙ୍କ ଆଗ୍ରହ ବଢ଼ିଥିଲା। ମାଆଙ୍କଠାରୁ ପ୍ରାଥମିକ ଆକାଉଣ୍ଟିଂ ଶିଖିବା ପରେ ୧୫ ବର୍ଷ ବୟସରେ ସେ ACCA ପଢ଼ିବା ଆରମ୍ଭ କରିଥିଲେ ଏବଂ ପ୍ରାୟ ଏକ ବର୍ଷରେ ଏହା ସମ୍ପୂର୍ଣ୍ଣ କରିଥିଲେ।
ଏଥିରେ ତାଙ୍କ ପଢ଼ା ଅଟକି ନାହିଁ। ପରେ CFA ଚାର୍ଟର ହାସଲ କରିବା ସହ ବର୍ତ୍ତମାନ ଫାଇନାନ୍ସରେ MSc କରୁଛନ୍ତି। ଦୁବାଇର ସେଞ୍ଚୁରି ଫାଇନାନ୍ସିଆଲରେ ସିନିୟର ରିସର୍ଚ୍ଚ ଆନାଲିଷ୍ଟ ଭାବେ କାମ କରି ନିବେଶ, ଗବେଷଣା ଓ ଆର୍ଥିକ ବଜାର ସମ୍ପର୍କିତ ବିଶ୍ଳେଷଣ କରୁଛନ୍ତି।
ତେବେ ଲକ୍ଷ୍ମଣନ କହିଛନ୍ତି, ଏହି ରେକର୍ଡ ତାଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ସେ କେବେ ବି ଯୋଗ୍ୟତା ହାସଲକୁ ପ୍ରତିଯୋଗିତା ଭାବେ ନେଇନାହାନ୍ତି। ତାଙ୍କ ମତରେ, ଶୀଘ୍ର ନୁହେଁ, ଉତ୍ସୁକତାର ସହ ଶିଖିବା ହିଁ ଅଧିକ ମୂଲ୍ୟବାନ। ପଢ଼ା ଓ ଫାଇନାନ୍ସ ବାହାରେ ଘଣ୍ଟା ଡିଜାଇନ୍ ଓ ତିଆରି କରିବାରେ ମଧ୍ୟ ତାଙ୍କର ରୁଚି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।