Temple Theft: ହନୁମାନ ମନ୍ଦିରରୁ ଚୋରି, ଦୁଇ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍

Sep 20, 2026 - 10:21
Temple Theft: ହନୁମାନ ମନ୍ଦିରରୁ ଚୋରି, ଦୁଇ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍

"ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ତାମିଲ କ୍ୟାମ୍ପ ନିକଟରେ ଥିବା ଏକ ହନୁମାନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡ଼ିଛି।

ଦୁର୍ବୃତ୍ତମାନେ ମନ୍ଦିରର କବାଟ ଓ ତାଲାଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।

ପରେ ମନ୍ଦିର ଭିତରେ ଥିବା ଦୁଇଟି ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।Advertisment ତେବେ ଦୁଇଟି ହୁଣ୍ଡିରେ କେତେ ଟଙ୍କା ଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମନ୍ଦିରରେ ଲାଗିଥିବା ତାଲା ଓ ହୁଣ୍ଡି ଭଙ୍ଗା ଯାଇଥିବାରୁ ଚୋରି ଯୋଜନାବଦ୍ଧ ଭାବେ ହୋଇଥିବା ଅନୁମାନ କରାଯାଉଛି।ସୂଚନା ଅନୁଯାୟୀ, ଏହି ହନୁମାନ ମନ୍ଦିରରୁ ପୂର୍ବରୁ ମଧ୍ୟ ଥରେ ଚୋରି ହୋଇଥିଲା।

ପୁଣିଥରେ ମନ୍ଦିରରୁ ଚୋରି ହେବା ପରେ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

ମାଲକାନଗିରି ଜିଲ୍ଲାରେ ଚୋରି ଘଟଣା ବୃଦ୍ଧି ପାଉଥିବା ନେଇ ମଧ୍ୟ ଲୋକେ ଆଲୋଚନା କରୁଛନ୍ତି।

ଚୋରଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ପୁଲିସର ତଦନ୍ତ ପରେ ହୁଣ୍ଡିରୁ ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି ଏବଂ ମନ୍ଦିରରୁ ଆଉ କୌଣସି ସାମଗ୍ରୀ ଚୋରି ହୋଇଛି କି ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

ଚୋରଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Vigilance Raid: ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ଓ CDPO କାର୍ଯ୍ୟାଳୟର କର୍ମଚାରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।