05 SEPTEMBER 2026

Welcome!

Unlock your personalized experience.
Sign Up

Temple: ଆଜି ସନ୍ଧ୍ୟା ୭ରୁ ୫ ଘଣ୍ଟା ଦର୍ଶନ ବନ୍ଦ: ସରିଲା ଗର୍ଭୋଦକ ବନ୍ଦାପନା

Sep 04, 2026 - 06:39
Temple: ଆଜି ସନ୍ଧ୍ୟା ୭ରୁ  ୫ ଘଣ୍ଟା ଦର୍ଶନ ବନ୍ଦ: ସରିଲା ଗର୍ଭୋଦକ ବନ୍ଦାପନା

ପୁରୀ: ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି ପାଳିତ ହେବ। ତେଣୁ ଶୁକ୍ରବାର ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିରେ ପୂଜାର୍ଚ୍ଚନା ବିଧି ପାଳନ କରାଯିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା ଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଶ୍ରୀମନ୍ଦିର ପରିଭାଷାରେ ଏହା ଥିଲା ଗର୍ଭୋଦକ ବନ୍ଦାପନା। 

Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ସରିଲା ଗର୍ଭୋଦକ ବନ୍ଦାପନା
ଗର୍ଭଯନ୍ତ୍ରଣା ଉପଶମ ପାଇଁ ଲାଗି ହେଲା ଜେଉଟ ଭୋଗ

ଏହା ପୂର୍ବରୁ ଜେଉଟ ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କୁ ଦେବକୀ ଭାବେ ଜ୍ଞାନ କରି ସହଜ ପ୍ରସବ ପାଇଁ ଏହା କରାଯାଇଛି। ଶ୍ରୀଜଗନ୍ନାଥ ଦେବକୀ ରୂପେ ଭୋଗ ଓ ବନ୍ଦାପନା ହୋଇଥାଆନ୍ତି। ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି। ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ମଧ୍ୟ ଭାଗ ନିଅନ୍ତି। ସେ ହିଁ କୃଷ୍ଣ ରୂପରେ ଜନ୍ମ ନିଅନ୍ତି। ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀମଦନମୋହନଙ୍କୁ ଦିଆଯାଇଥାଏ। ଆଜ୍ଞାମାଳ ଦେଇ ପ୍ରାର୍ଥନା କରାଯାଏ; ହେ ଦାରୁବ୍ରହ୍ମ, ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ଭର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ, ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ। ପରେ ଅନ୍ୟ ନୀତି ବଢ଼ିଥାଏ। ସୋମବାର ଜନ୍ମାଷ୍ଟମୀରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ଯମୁନା ନଦୀ ତଟକୁ ବିଜେ କରାଇ‌ବେ। ପୂଜାପଣ୍ଡା ସେବକ ନାଭିକଟା ନୀତି ସଂପନ୍ନ କରାଇବେ।

Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।