Tennis: ବାଳିକା ଯୁଗଳ ସେମିରେ ମାୟା

Sep 11, 2026 - 15:04
Tennis: ବାଳିକା ଯୁଗଳ ସେମିରେ ମାୟା

"ନ୍ୟୁୟର୍କ: ଭାରତୀୟ ଟେନିସ୍‌ ଖେଳାଳି ମାୟା ରାଜେଶ୍ବରନ୍‌ ରେବତୀ ଚଳିତ ୟୁଏସ୍‌ ଓପନ୍‌ କନିଷ୍ଠ ପ୍ରତିଯୋଗିତାର ବାଳିକା ଯୁଗଳ ସେମିଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ଶୁକ୍ରବାର କ୍ବାର୍ଟରଫାଇନାଲ୍‌ରେ ମାୟା ଓ ତାଙ୍କ ୟୁକ୍ରେନ୍‌ ସାଥୀ ଆଣ୍ଟୋନିନା ସୁଶକୋଭା ୬-୪, ୬-୪ ସିଧାସଳଖ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷୀୟ ଯୋଡ଼ି ଫେଲିତ୍ସାତା ଡୋରୋଫିଭା-ରିବାସ୍‌ ଓ ଆନ୍ନା ପୁଶକାରେଭାଙ୍କୁ ପରାସ୍ତ କରିଥିଲେ।Advertisment ବାଳିକା ଯୁଗଳ ସେମିଫାଇନାଲ୍‌ରେ ପ୍ରବେଶ ଏହି ଭାରତ-ୟୁକ୍ରେନ୍‌ ଯୋଡ଼ି ସେମିଫାଇନାଲ୍‌ରେ ୱାଇଲ୍ଡ କାର୍ଡଧାରୀ ସ୍ଥାନୀୟ ଖେଳାଳି ଆନ୍ନିକା ‌ପେନିସ୍କୋଭା ଓ କ୍ରିଷ୍ଟିନା ପେନିସ୍କୋଭାଙ୍କୁ ଭେଟିବେ।

ଗତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌ ଓ ୱିମ୍ବଲଡନ୍‌ କନିଷ୍ଠ ପ୍ରତିଯୋଗିତାରେ ବିଜେତା ହୋଇଥିବା ଆନ୍ନିକା ଓ କ୍ରିଷ୍ଟିନା କ୍ବାର୍ଟରଫାଇନାଲ୍‌ରେ ଆଲିସା ଜେମ୍ସ ଓ ପୋଳିନା ସ୍କଲିଆର୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ।

ମାୟା ସଂପ୍ରତି ରାଫାଲ ନାଦାଲ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି।

ସେ ଗତ ବର୍ଷ ୱିମ୍ବଲଡନ୍‌ କନିଷ୍ଠ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଥି‌ଲେ।

ଓଡ଼ିଶା ଏଫ୍‌ସିକୁ ଫେରିଲେ ନନ୍ଦକୁମାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।