Terrorist Arrested: ବ୍ରିଟେନରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଟାର୍ଗେଟରେ ଥିଲା ଆମେରିକା ବାୟୁସେନା ଘାଟି
"ୱାସିଂଟନ: ବ୍ରିଟେନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି।
ବ୍ରିଟେନର ରୟାଲ ବାୟୁସେନା ଘାଟି ନିକଟସ୍ଥ ଏକ ଗାଁରୁ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
ଏହି ବ୍ୟକ୍ତିମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରୁଥିଲେ ବୋଲି ସନ୍ଦେହ କରାଯାଉଛି।
ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଦେଶର ଆତଙ୍କବାଦ ବିରୋଧୀ ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତି ଜାରି କରି ଏହି କାର୍ଯ୍ୟକୁ ଉତ୍କୃଷ୍ଟ ବୋଲି ପ୍ରଶଂସା କରିଛନ୍ତି।
ଚିକାଗୋ ଗସ୍ତ ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଗିରଫ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତି ଆମେରିକୀୟ ସୈନ୍ୟ ଶିବିର ଏବଂ ବିମାନ ଘାଟି ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ।Advertisment ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ ମେଟ୍ରୋପଲିଟାନ୍ ପୁଲିସ କହିଛି ଯେ ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର ଆରଏଏଫ ଫେୟାରଫୋର୍ଡ ଅଭିମୁଖେ ତିନୋଟି ସନ୍ଦିଗ୍ଧ ଯାନ ଯାଉଥିବା ଖବର ପାଇ ରାତି ୧୨ଟା ୪୫ରେ ସଶସ୍ତ୍ର ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ କହିଛି ଯେ ଗ୍ଲୋସେଷ୍ଟରଶାୟାରର ୱେଲଫୋର୍ଡ ଅଞ୍ଚଳରେ ବିସ୍ଫୋରକ ଆଇନ ଏବଂ ଆତଙ୍କବାଦ ଆଇନ ଅନୁଯାୟୀ ଅପରାଧ କରିବାର ଷଡ଼ଯନ୍ତ୍ର ସନ୍ଦେହରେ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
ଏହି ସମ୍ପୂର୍ଣ୍ଣ ଘଟଣାରେ ଜଣେ ସ୍ଥାନୀୟ ମହିଳାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ ହୋଇଥିବା କୁହାଯାଉଛି।
ସେ ସକାଳେ ଗାଁରେ ତିନୋଟି ସନ୍ଦିଗ୍ଧ ଭ୍ୟାନ ଦେଖିଥିଲେ।
ରିପୋର୍ଟ ଅନୁସାରେ, ସେ ଏହି ଗାଡ଼ିଗୁଡ଼ିକର ଗତିବିଧି ଏବଂ ସେଥିରେ ଥିବା ଲୋକଙ୍କ ଆଚରଣ ଅସ୍ୱାଭାବିକ ଥିବା ଦେଖିବାକୁ ପାଇଥିଲେ।
ଏନେଇ ସେ ତୁରନ୍ତ ପୁଲିସକୁ ଫୋନ୍ କରି ଜଣାଇଥିଲେ।
ଆତଙ୍କବାଦ ବିରୋଧୀ ପୁଲିସର ବରିଷ୍ଠ ଜାତୀୟ ସଂଯୋଜକ ଭିକି ଇଭାନ୍ସ କହିଛନ୍ତି ଯେ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ପାଞ୍ଚ ଜଣଙ୍କୁ ହେପାଜତରେ ପଚରାଉଚରା କରାଯାଉଛି।
ଆମେ ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ବୁଝିବା ପାଇଁ ଆମର ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ।
ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ପାଇଁ ଆମେ ଗ୍ଲୋସେଷ୍ଟରଶାୟାର ପୁଲିସ ସହିତ ସମନ୍ୱୟ ରଖିଛୁ।
Building collapse: ଅମ୍ବାଲାରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୩ ମହଲା କୋଠା, ୫ ଶ୍ରମିକ ମୃତ; ବେଆଇନ ଥିଲା ସମ୍ପୂର୍ଣ୍ଣ ଭବନ ସନ୍ଦିଗ୍ଧ ଯାନଗୁଡ଼ିକ ଚାରିପାଖରେ ୪୦୦ ମିଟର ଘେରାବନ୍ଦୀ କରାଯାଇଛି ଏବଂ ସେନାର ବିସ୍ଫୋରକ ନିଷ୍କ୍ରିୟ ୟୁନିଟ୍ ସେଗୁଡ଼ିକୁ ଯାଞ୍ଚ୍ କରୁଛି।
ସତର୍କତା ସ୍ୱରୂପ, ତଦନ୍ତ ସମୟରେ ପ୍ରାୟ ୮୫ ଘରକୁ ଖାଲି କରାଯାଇଛି।
ବ୍ରିଟିଶ ସେନା ଘଟଣାସ୍ଥଳକୁ ଏହାର ବମ୍ ସ୍କ୍ବାଡ୍ ପଠାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।