The 'Devil's Flower' ସୂର୍ଯ୍ୟକିରଣ ବିନା ବଞ୍ଚୁଥିବା ‘ସଇତାନ ଫୁଲ’
"ଜଙ୍ଗଲର ଘଞ୍ଚ ଅନ୍ଧାର ଭିତରେ ଶୁଖିଲା ପତ୍ର ତଳୁ ଯଦି ହଠାତ୍ ଏହି କଳା ଫୁଲ ଦିଶିଯାଏ, ତେବେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ।
ପୁଣି ତା" ଉପରେ ତିନିଟି ଶିଙ୍ଗ ଏବଂ ଲାଲ ଓ କମଳା ଦାଗ ଥିଲେ ଏହା କୌଣସି ଭୟଙ୍କର ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗିବା ସ୍ବାଭାବିକ।
କିନ୍ତୁ ଏହା କୌଣସି କାଳ୍ପନିକ ଜିନିଷ ନୁହେଁ, ବରଂ ପ୍ରକୃତିର ଏକ ଅଦ୍ଭୁତ ସୃଷ୍ଟି।
ଥାଇଲ୍ୟାଣ୍ଡର ଜଙ୍ଗଲରୁ ଆବିଷ୍କୃତ ଏହି ନୂଆ ପ୍ରଜାତିର ନାଁ "ଥିସମିଆ ଡେମୋନା"।
ଏହାର ଅଜବ ଚେହେରା ପାଇଁ ଗବେଷକମାନେ ଏହାକୁ "ସଇତାନ ଫୁଲ" ବୋଲି ନାମକରଣ କରିଛନ୍ତି।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ଥାଇଲାଣ୍ଡ୍ର ଚୁଲାଲଙ୍ଗକର୍ଣ୍ଣ ବିଶ୍ୱବିଦ୍ୟାଳୟ ଓ ପ୍ରିନ୍ସ ଅଫ୍ ସୋଙ୍ଗକ୍ଲା ବିଶ୍ୱବିଦ୍ୟାଳୟର ଗବେଷକମାନେ ମେ ୨୦୨୫ରେ ପଶ୍ଚିମ ଥାଇଲ୍ୟାଣ୍ଡର ଥଙ୍ଗ ଫା ଫମ୍ ଜାତୀୟ ଉଦ୍ୟାନରେ ଏହାକୁ ଚିହ୍ନଟ କରିଥିଲେ।
ସମୁଦ୍ର ପତ୍ତନରୁ ପ୍ରାୟ ୯୩୦ରୁ ୯୭୦ ମିଟର ଉଚ୍ଚତାରେ ଶୁଖିଲା ପତ୍ର ଓ ଛୋଟ ବାଉଁଶ ମଧ୍ୟରେ ଏହି ଫୁଲ ବଢୁଥିବା ଦେଖାଯାଇଥିଲା।
ଏହି ଫୁଲର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏଥିରେ କ୍ଲୋରୋଫିଲ୍ ନାହିଁ।
ତେଣୁ ଅନ୍ୟ ଗଛ ଭଳି ଏହା ସୂର୍ଯ୍ୟକିରଣ ସାହାଯ୍ୟରେ ନିଜ ଖାଦ୍ୟ ତିଆରି କରିପାରେ ନାହିଁ।
ମାଟି ତଳେ ଥିବା କବକ ସହ ସମ୍ପର୍କ ସ୍ଥାପନ କରି ସେଠାରୁ କାର୍ବନ୍ ଓ ଆବଶ୍ୟକ ପୋଷକତତ୍ତ୍ୱ ପାଏ।
ଏହି ଅସାଧାରଣ ଜୀବନ ପ୍ରକ୍ରିୟାକୁ "ମାଇକୋହେଟେରୋଟ୍ରୋଫି" କୁହାଯାଏ।
ଫୁଲ ସହ ଏହି ଛୋଟ ଗଛଟି ଉଚ୍ଚତା ପ୍ରାୟ ୧୨.୫ ସେଣ୍ଟିମିଟର।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ ଏହି ଅଦ୍ଭୁତ ଫୁଲକୁ ନେଇ ଚିନ୍ତାର କାରଣ ମଧ୍ୟ ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ସ୍ଥାନରେ ଏହି ଦୁର୍ଲଭ ଫୁଲ ଚିହ୍ନଟ ହୋଇଛି ଏବଂ ସେଠାରେ ୫୦ରୁ କମ୍ ଗଛ ଅଛି।
ଜାତୀୟ ଉଦ୍ୟାନ ଭିତରେ ଏହା ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଯାତାୟାତ ଯୋଗୁଁ ଏହି ଗଛ ଏବଂ ଏହା ସହ ଜଡ଼ିତ କବକର ସୂକ୍ଷ୍ମ ପରିବେଶ କ୍ଷତିଗ୍ରସ୍ତ ହୋଇପାରେ।
ସେଥିପାଇଁ ଗବେଷକମାନେ ପ୍ରାଥମିକ ଭାବେ ଏହାକୁ "ଜଟିଳଭାବେ ଅବଲୁପ୍ତପ୍ରାୟ" ଶ୍ରେଣୀରେ ରଖିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।