The Largest Pumpkin ‘Baghira’: ବୃହତ୍ତମ କଖାରୁ ‘ବଘିରା’

Oct 09, 2026 - 07:05
The Largest Pumpkin ‘Baghira’: ବୃହତ୍ତମ କଖାରୁ ‘ବଘିରା’

"ୟୁନାଇଟେଡ୍‌ କିଙ୍ଗଡମ୍‌ର ଲିମିଂଟନର ୬୫ ବର୍ଷୀୟ ଚାଷୀ ଇଆନ୍ ପାଟନ୍ ନିଜ ଖେତରେ ପୃଥିବୀର ବୃହତ୍ତମ କଖାରୁ ଉତ୍ପାଦନ କରିଛନ୍ତି।

ସେ ଏହାର ନାଁ ରଖିଛନ୍ତି "ବଘିରା"।

ଏହାର ଓଜନ ୨,୮୫୬.୮ ପାଉଣ୍ଡ ବା ପ୍ରାୟ ୧,୨୯୫.୮ କିଲୋଗ୍ରାମ।

ଏହାର ପରିଧି ୨୦ ଫୁଟ ବା ପ୍ରାୟ ୬ ମିଟରରୁ ଅଧିକ।

ବର୍କସାୟାର୍‌ର ରିଡିଂ ନିକଟରେ ଆୟୋଜିତ ବିଶାଳ ପନିପରିବା ଓଜନ ପ୍ରତିଯୋଗିତାରେ "ବଘିରା" ସର୍ବାଧିକ ଓଜନର କଖାରୁ ଭାବେ ବିଶ୍ୱ ରେକର୍ଡ କରିଛି।

ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌ର ବିଚାରକ ସେବାଷ୍ଟିଆନ୍ ସୁସ୍କି ଏହି ରେକର୍ଡକୁ ଆନୁଷ୍ଠାନିକ ଭାବେ ସତ୍ୟାପିତ କରିଛନ୍ତି।Advertisment Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା ଏହି ରେକର୍ଡ ପଛରେ ରହିଛି ବହୁ ଦିନର ପରିଶ୍ରମ।

ଇଆନ୍‌ ପ୍ରତିଦିନ ପ୍ରାୟ ୬ ଘଣ୍ଟା "ବଘିରା"ର ଯତ୍ନ ନେଉଥିଲେ ଏବଂ ଏହାକୁ ପ୍ରତିଦିନ ପାଖାପାଖି ୫୦୦ ଲିଟର ପାଣି ଦେଉଥିଲେ।

ସେ ତାଙ୍କ ଯମଜ ଭାଇ ଷ୍ଟୁଆର୍ଟଙ୍କ ସହ ୫୦ ବର୍ଷରୁ ଅଧିକ ସମୟ ଧରି ବିଶାଳ କଖାରୁ ଚାଷ କରିଆସୁଥିଲେ।

ତେବେ ଏଥର ସେ ଏକାକୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୂର୍ବ ବର୍ଷ ଭାଇ ସହ ସ୍ଥାପନ କରିଥିବା ବିଶ୍ୱ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଏବେ "ବଘିରା" ସାଉଥମ୍ପଟନ୍ ନିକଟସ୍ଥ ସନିଫିଲ୍‌ଡ୍‌ସ ଫାର୍ମରେ ପ୍ରଦର୍ଶିତ ହେଉଛି।

ଶେଷରେ "ବଘିରା"କୁ ଗାଈମାନଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯିବ।

Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।