ବିଦାୟୀ ସମାରୋହରେ ପାରା ସୁଟରଙ୍କ ବିକ୍ଷୋଭ: ଦଳ ଚୟନରେ ଅନିୟମିତତା ଅଭିଯୋଗ
"ନୂଆଦିଲ୍ଲୀ: ଆଗାମୀ ଆଇଚି-ନାଗୋୟା ଏସୀୟ ପାରା କ୍ରୀଡ଼ା ପାଇଁ ଲାଗି ଗୁରୁବାର ଏଠାରେ ଆୟୋଜିତ ଭାରତୀୟ ଦଳର ବିଦାୟ ସମାରୋହରେ ହଙ୍ଗାମା ଦେଖିବାକୁ ମିଳିଛି।
ଏହି ସମୟରେ କିଛି ପାରା ସୁଟର ଚୟନ ପ୍ରକ୍ରିୟାରେ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଆଣି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏମାନେ ଏସିଆରେ ଶୀର୍ଷ ମାନ୍ୟତାପ୍ରାପ୍ତ ସୁଟର ସନ୍ଦୀପ କୁମାର ଓ ଆକାଶ କାହିଁକି ଦଳରୁ ବାଦ୍ ପଡ଼ିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।
ନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଚୟନ ପାଇଁ ସରକାରୀ ପୁରସ୍କାର ରାଶିର ୨୦ ପ୍ରତିଶତ କମିସନ ଦାବି, କୋଟା ସ୍ଥାନ ଓ ଯୋଗ୍ୟତା ସ୍କୋରରେ ହେରଫେର ହୋଇଥିବା ଏହି ସୁଟରମାନେ ଅଭିଯୋଗ କରିଛନ୍ତି। ତେବେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ଏସବୁ ଅଭିଯୋଗକୁ ଖଣ୍ଡନ କରିଛି।
ଦଳ ଚୟନ ସ୍ୱଚ୍ଛ, ଯୋଗ୍ୟତା ଆଧାରିତ ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହୋଇଥିବା କହିଛି।
ଏହି ପାରା କ୍ରୀଡ଼ା ଅକ୍ଟୋବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।Advertisment Election: ଆଜି ଆସିବ ଉପନିର୍ବାଚନ ଫଳ ପାରା-ସାଇକ୍ଲିଷ୍ଟ ବି ଅସନ୍ତୁଷ୍ଟ ଆଗାମୀ ଏସୀୟ ପାରା କ୍ରୀଡ଼ା ପାଇଁ ଜାତୀୟ ସଂଘ ସୁପାରିସ କରିଥିବା ୭ ଜଣ ପାରା-ସାଇକ୍ଲିଷ୍ଟଙ୍କ ମଧ୍ୟରୁ କେବଳ ଜଣଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମୋଦନ କରିବାରୁ ଅସନ୍ତୋଷ ଦେଖାଦେଇଛି।
ବାଦ୍ ପଡ଼ିଥିବା ସାଇକ୍ଲିଷ୍ଟମାନେ ଚୟନରେ ପାତରଅନ୍ତର ହୋଇଥିବା ଅଭିଯୋଗ କରିବା ସହ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମୁଖ୍ୟାଳୟରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି।
ତେବେ ପ୍ରଦର୍ଶନ ଆଧାରରେ ଚୟନ ହୋଇଥିବା ନେଇ "ସାଇ" ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ଚଳିତ ମାସ ୧୮ରୁ ଆଇଚି-ନାଗୋୟାରେ ହେବାକୁଥିବା ଏସୀୟ ପାରା କ୍ରୀଡ଼ା ଲାଗି ମନ୍ତ୍ରାଳୟ କେବଳ ପାରାଲିମ୍ପିଆନ୍ ଅର୍ଶଦ ଶେଖ୍ଙ୍କୁ ଅନୁମୋଦନ ଦେଇଛି।
ସଂଘ ଅର୍ଶଦଙ୍କ ସହ ପ୍ରଶାନ୍ତ ଅର୍କଲ, ପବନ କୁମାର କୋମୋଜି, ସମୀର, ବାସାନୀ ବାବୁଭାଇ, ଶାଶ୍ରୁତି ବିନାୟକ ନାକାଡେ ଓ ଲିଶା ଦାସଙ୍କ ନାଁ ଚୟନ କରି ମନ୍ତ୍ରାଳୟକୁ ପଠାଇଥିଲା।
ମନ୍ତ୍ରାଳୟ କେବଳ ଅର୍ଶଦ ନାଁକୁ ଛାଡ଼ି ଅନ୍ୟମାନଙ୍କୁ ବାଦ୍ ଦେଇଛି।
ଏସୀୟ କ୍ରୀଡ଼ା ଲାଗି କ୍ରୀଡ଼ା ମନ୍ତ୍ରାଳୟ ଚୂଡ଼ାନ୍ତ ଦଳ ଘୋଷଣା କରିନି।
ଏପର୍ଯ୍ୟନ୍ତ କେବଳ ୮ଟି ଖେଳ ଲାଗି ୧୨୮ ଜଣଙ୍କ ନାମକୁ ଅନୁମୋଦନ କରିଛି।
ଏସୀୟ କ୍ରୀଡ଼ା ଇତିହାସରେ ପାରା-ସାଇକ୍ଲିଂରୁ ଭାରତକୁ କେବଳ ଗୋଟିଏ କାଂସ୍ୟ ପଦକ ମିଳିଛି।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ "ସହରୀ ଗତିଶୀଳତା ଭାରତ ସମ୍ମିଳନୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।