The more cats: ଯେତେ ବିଲେଇ ସେତେ ସୁଖୀ ଦେଶ!
"ଗୋଟିଏ ଦେଶରେ ବିଲେଇ ସଂଖ୍ୟା ଯେତେ ଅଧିକ ସେଠାକାର ଅଧିବାସୀଙ୍କ ସୁଖର ମାତ୍ରା ସେତେ ଅଧିକ!
ଦଳେ ଗବେଷକ ୯୩ଟି ଦେଶର ତଥ୍ୟାବଳୀ ପରୀକ୍ଷା କରି ଏହା ଜାଣିପାରିଛନ୍ତି।
ଗବେଷକମାନେ ସେ ସବୁ ଦେଶରେ ଥିବା ପୋଷା ବିଲେଇ ସଂଖ୍ୟା ଓ ଲୋକଙ୍କ ସୁଖ ପରିମାଣ ମଧ୍ୟରେ ଥିବା ସମ୍ପର୍କ ପରୀକ୍ଷା କରିଥିଲେ।
ବିଲେଇମାନେ "ଟକ୍ସୋପ୍ଲାଜ୍ମା ଗୋଣ୍ଡି" ନାମକ ପରଜୀବୀ କୀଟାଣୁ ବାହକ।
ଟକ୍ସୋପ୍ଲାଜ୍ମା ଗୋଣ୍ଡି ଯୋଗୁଁ ଉଦ୍ବେଗ, ଅବସାଦ ଓ ସ୍କିଜୋଫ୍ରିନିଆ ଭଳି ମାନସିକ ରୋଗ ହୋଇଥାଏ।
ବିଲେଇ ଯୋଗୁଁ ପ୍ରତି ୩ ଜଣରେ ଜଣେ ଲୋକ ଟକ୍ସୋପ୍ଲାଜ୍ମା ଗୋଣ୍ଡିରେ ଆକ୍ରାନ୍ତ ହୋଇଥାଆନ୍ତି।
ଏସବୁ କଥା ଗବେଷକ ଦଳ "ପ୍ଲସ୍ ୱାନ୍" ନାମକ ପତ୍ରିକାରେ ବାହାର କରିଛନ୍ତି।Advertisment SHG: ପୁରୀର ୫୦ ମହିଳା ଏସଏଚଜିକୁ "ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର" ସହାୟତା ଗବେଷକମାନେ ଜାଣିବାକୁ ଚାହୁଁଥିଲେ- ବିଲେଇ ପାଳିଲେ ସୁଖ ଉପରେ ଭଲ ପ୍ରଭାବ ପଡୁଛି କି?
ବିଲେଇ ଦେହରେ ଥିବା ପରଜୀବୀ କୀଟାଣୁ ମଣିଷ ପ୍ରତି କ୍ଷତିକାରକ କି?
ଜଣାପଡ଼ିଲା ଯେ ଯେଉଁ ଦେଶରେ ଅଧିକ ପୋଷା ବିଲେଇ ଅଛନ୍ତି ସେଠାରେ ଲୋକେ ବେଶ୍ ସୁଖରେ ଅଛନ୍ତି।
ଯେଉଁ ଦେଶବାସୀ ଅଧିକ ଟକ୍ସୋପ୍ଲାଜ୍ମା ଗୋଣ୍ଡି ଦ୍ବାରା ଆକ୍ରାନ୍ତ ସେମାନେ ବିଶେଷ ସୁଖୀ ନୁହନ୍ତି।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ ତେବେ ଗବେଷକମାନଙ୍କ ଏହି ଆବିଷ୍କାର ସବୁ ଦେଶ ପାଇଁ ପ୍ରଯୁଜ୍ୟ ନୁହେଁ।
ଉଦାହରଣ ସ୍ବରୂପ ଚୀନ୍ରେ ପୋଷା ବିଲେଇ ସଂଖ୍ୟା କମ୍ ଥିଲେ ବି ଲୋକମାନେ ବେଶ୍ ସୁଖରେ ଅଛନ୍ତି।
ପୁଣି କେତେକ ଦେଶରେ ଅଧିକ ପୋଷା ବିଲେଇ ଥିଲେ ବି ଟକ୍ସୋପ୍ଲାଜ୍ମା ଗୋଣ୍ଡି ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଦେଖାଯାଉଛି।
ତେଣୁ ଲୋକଙ୍କୁ ବିଲେଇ ବେଶୀ ସୁଖୀ କରାଉଛି ଏବଂ ଟକ୍ସୋପ୍ଲାଜ୍ମା ସୁଖ କମାଇ ଦେଉଛି ବୋଲି କହିବା ପୂରା ଠିକ୍ ହେବ ନାହିଁ।
ଏଥିପାଇଁ ଅଧିକ ଗବେଷଣା ଦରକାର।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।