Theft: ଡାବୁଗାଁ ଜଗନ୍ନାଥ ମନ୍ଦିରରୁ ବଡ଼ ଧରଣର ଚୋରି, ମଦନମୋହନଙ୍କ ରୂପା ପ୍ରତିମା ସହ ସୁନାରୂପା ଅଳଙ୍କାର ଲୁଟ୍

Oct 16, 2026 - 15:04
Theft: ଡାବୁଗାଁ ଜଗନ୍ନାଥ ମନ୍ଦିରରୁ ବଡ଼ ଧରଣର ଚୋରି, ମଦନମୋହନଙ୍କ ରୂପା ପ୍ରତିମା ସହ ସୁନାରୂପା ଅଳଙ୍କାର ଲୁଟ୍

"ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି।

ଦୁର୍ବୃତ୍ତମାନେ ମନ୍ଦିରର କବାଟ ଓ ତାଲା ଭାଙ୍ଗି ମଦନମୋହନଙ୍କ ରୂପା ଚଳନ୍ତି ପ୍ରତିମା ସମେତ ବିଭିନ୍ନ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଛନ୍ତି।

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳର ମନ୍ଦିରରୁ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।Advertisment ସୂଚନା ଅନୁଯାୟୀ, ପ୍ରତିଦିନ ପରି ଶୁକ୍ରବାର ସକାଳ ପ୍ରାୟ ୫ଟା ସମୟରେ ମନ୍ଦିରର ପୂଜକ ସୁଦର୍ଶନ ପାଢ଼ୀ (କାଳିଆ) ମୁଖ୍ୟ କବାଟ ଖୋଲି ମନ୍ଦିର ଭିତରକୁ ଯାଇଥିଲେ।

ମନ୍ଦିର ଭିତରର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଗର୍ଭଗୃହର କବାଟ ଓ ତାଲା ଭଙ୍ଗାଯାଇଥିବା ବେଳେ ଶ୍ରୀଜିଉଙ୍କ ପିନ୍ଧିଥିବା ବିଭିନ୍ନ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଥିଲା।

ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟ୍ ହୋଇଛି ଏଥିସହ ନିକଟରେ ପୂଜା ପାଉଥିବା ମଦନମୋହନଙ୍କ ରୂପା ଚଳନ୍ତି ପ୍ରତିମାକୁ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି।

ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିର ଓ ଗଣେଶ ମନ୍ଦିରର କବାଟ ଓ ତାଲା ଭାଙ୍ଗି ମା" ଲକ୍ଷ୍ମୀଙ୍କ ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟ୍ ହୋଇଛି।

ଘଟଣା ସମ୍ପର୍କରେ ପୂଜକ ତୁରନ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କୁ ଜଣାଇଥିଲେ।

ଖବର ପାଇ କମିଟିର ସ୍ଥାୟୀ ସଭାପତି ତଥା ଡାବୁଗାଁ ତହସିଲଦାର ଗୀତା ମୁର୍ମୁ, ଉପସଭାପତି ଜି.

ଭେଙ୍କଟେଶ୍ୱର ରାଓ, ସମ୍ପାଦକ ଜି.

ସାଇ ରାଜୁଙ୍କ ସମେତ ଭଗବାନ ମହାନ୍ତି, ମଳୟ ବିଶୋଇ, ସୁରେନ୍ଦ୍ର ମିଶ୍ର, ବାବୀ ଜେନା, ଗୁପ୍ତ ବିଶୋଇ, ରାଜେନ୍ଦ୍ର ମିଶ୍ର ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ପହଞ୍ଚିଥିଲେ।

ମନ୍ଦିରରେ ଚୋରି ହୋଇଥିବା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

ଗୁରୁବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅନୁମାନ କରାଯାଉଛି।

ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଛି।

ଏତଲା ପାଇବା ପରେ ଥାନା ଅଧିକାରୀ ଲଛମି ପରଜା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି।

ନିକଟରେ ପୁଲିସ ଅଧିକାରୀଙ୍କ କ୍ୱାର୍ଟର୍ସ ରହିଛି ଉଲ୍ଲେଖଯୋଗ୍ୟ, ମନ୍ଦିରଟି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ ଏବଂ ଏହାର ନିକଟରେ ପୁଲିସ ଅଧିକାରୀଙ୍କ କ୍ୱାର୍ଟର୍ସ ମଧ୍ୟ ରହିଛି।

ଏଭଳି ସ୍ଥାନରୁ ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯିବା ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି।

ଚୋରିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକ ଅଭିଯୋଗରେ ୨୮ରେ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।