Theft: ମନ୍ଦିରରୁ ଲୁଟ୍: ସୁନା, ରୁପା ଅଳଙ୍କାର ସହ ୩୦ ହଜାର ଟଙ୍କାର ଦାନ ଅର୍ଥ ଚୋରି
"ଉଦଳା: ପୁଣି ମନ୍ଦିରକୁ ଲୁଟେରାଙ୍କ ଟାର୍ଗେଟ।
ମନ୍ଦିରରୁ କଲେ ଲୁଟ ।
ଲୁଟିନେଲେ ଦାନ ଟଙ୍କା ଓ ଠାକୁରଙ୍କ ସୁନା ରୁପା ଅଳଙ୍କାର ।
ଉଦଳା ଥାନା ଶ୍ମଶାନ କାଳୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ସୂଚନା ମିଳିଛି ।Advertisment ବାରମ୍ବାର ମନ୍ଦିରରୁ ଲୁଟ୍ ଉଦଳା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି।
ହୁଣ୍ଡି ବାକ୍ସ ଭାଙ୍ଗି ଲୁଟିନେଲେ ଦାନ ଅର୍ଥ, ମା ଙ୍କ ର ଦୁଇ ରୂପା ମୁକୁଟ, ସୁନା ଅଳଙ୍କାର ।
ପ୍ରାୟ ୩୦ ହଜାର ଟଙ୍କାର ଦାନ ଅର୍ଥ ଲୁଟ କରିଥିବା ଅଭିଯୋଗ।
ସକାଳେ ପୂଜାରୀ ମନ୍ଦିରକୁ ଆସିବା ପରେ ଲୁଟ ଘଟଣା ଜଣାପଡିଥିଲା ।
ପୁଲିସ ଖବର ପାଇ ଅପରାଧୀଙ୍କୁ ଧରିବାକୁ କସରତ ଆରମ୍ଭ କରିଛି।
ବାରମ୍ବାର ମନ୍ଦିରରୁ ଲୁଟ୍ କରି ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା।
Woman Death: ଖୋଲା ପଡ଼ିଆରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।