Three Bears Enter Village: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ତିନି ଭାଲୁ, ଚିନ୍ତାରେ ପଡ଼ିଲେ ଗ୍ରାମବାସୀ

Nov 08, 2026 - 12:39
Three Bears Enter Village: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ତିନି ଭାଲୁ, ଚିନ୍ତାରେ ପଡ଼ିଲେ ଗ୍ରାମବାସୀ

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ।

ଫଳରେ ଭୟଭୀତ ଅବସ୍ଥାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ପଲାଶପଦର ଗ୍ରାମବାସୀ।

ଗାଁ ନିକଟସ୍ଥ ଜଙ୍ଗଲରେ ମା ଭାଲୁ ସହ ଦୁଇଟି ଛୁଆ ଭାଲୁ ବୁଲୁଥିବା ନେଇ ସୂଚନା ପାଇଛି ବନ ବିଭାଗ।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ଗାଁରେ ଭାଲୁ ମକା, ଧାନ, ମାଣ୍ଡିଆ, ସୁଁଆ ଫସଲ ଖାଉଛି।

Advertisment ଏବେ ଫସଲ ଅମଳ ସମୟ ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ।

ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପଲାଶପଦର ଏବଂ ଏହାର ଆଖପାଖ ଗ୍ରାମବାସୀଙ୍କୁ ସତର୍କ କରାଯାଉଛି।

ଜଙ୍ଗଲ ନିକଟକୁ ଯିବା ସମୟରେ ସତର୍କ ରହିବା ସହ ଭାଲୁକୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।