TMC: ଟିଏମସି ବିଧାୟକ କୁନାଲ ଘୋଷଙ୍କ ଗାଡ଼ି ଉପରକୁ ପଥର ଓ ଅଣ୍ଡା ମାଡ଼
"କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ କୁନାଲ ଘୋଷଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ପଥର ଓ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି।
ଶନିବାର ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ଏକ ବୈଠକରେ ଯୋଗଦେବା ପାଇଁ ଶ୍ରୀରାମପୁର ଯାଉଥିବା ବେଳେ ଉତ୍ତରପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି।
କଳା ପତାକା ଧରିଥିବା ଏକ ଗୋଷ୍ଠୀ ତାଙ୍କ ଗାଡ଼ିକୁ ଘେରାଉ କରିବା ସହ ନାରାବାଜି କରିଥିଲେ ଏବଂ ଗାଡ଼ି ଉପରକୁ ଅଣ୍ଡା ଓ ପଥର ଫିଙ୍ଗିଥିଲେ।
ଏହି ଆକ୍ରମଣରେ ଗାଡ଼ିର ପଛ କାଚ ଭାଙ୍ଗିଯାଇଥିବା କୁନାଲ ଘୋଷ ଅଭିଯୋଗ କରିଛନ୍ତି।Advertisment ଆହୁରି ପଢନ୍ତୁ :Hockey: ଖେଳୁଆଡ଼ ମନୋଭାବ ଏବଂ ଭାଇଚାରା ହିଁ ସୁସ୍ଥ ସମାଜର ମୂଳଦୁଆ: ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରି କୁନାଲ ଘୋଷ କହିଛନ୍ତି ଯେ ରାଜ୍ୟରେ ଜଙ୍ଗଲରାଜ ଚାଲିଛି।
ସେଠାରେ କୌଣସି ପୁଲିସ ଉପସ୍ଥିତ ନଥିଲେ।
ସେ କୋଲକାତା ଫେରି ଲାଲବଜାର କିମ୍ବା ଭବାନୀ ଭବନରେ ଏନେଇ ଏତଲା ଦେବେ ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷରେ, ଟିଏମସି ନେତା ଅସିତ ମଜୁମଦାର ଏହା ବିଜେପିର ଏକ ପୂର୍ବପ୍ରସ୍ତୁତ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି।
ତେବେ ଉତ୍ତରପଡ଼ାର ବିଜେପି ବିଧାୟକ ଦୀପାଞ୍ଜନ ଚକ୍ରବର୍ତ୍ତୀ ଏହି ଅଭିଯୋଗକୁ ଖଣ୍ଡନ କରି ଏହା ସାଧାରଣ ଜନତାଙ୍କ ସ୍ୱତଃସ୍ଫୂର୍ତ୍ତ ପ୍ରତିକ୍ରିୟା ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।