Today is World Rhino Day: ଆଜି ବିଶ୍ବ ଗଣ୍ଡା ଦିବସ: ନନ୍ଦୁ ମୃତ୍ୟୁ ପରଠୁ ନନ୍ଦନକାନନ ଖୁଆଡ଼ ଖାଲି

Sep 22, 2026 - 08:46
Today is World Rhino Day: ଆଜି ବିଶ୍ବ  ଗଣ୍ଡା ଦିବସ: ନନ୍ଦୁ ମୃତ୍ୟୁ ପରଠୁ ନନ୍ଦନକାନନ ଖୁଆଡ଼ ଖାଲି

"ବାରଙ୍ଗ: ଆସନ୍ତାକାଲି ବିଶ୍ବ ଗଣ୍ଡା ଦିବସ।

ବିଲୁପ୍ତପ୍ରାୟ ଏହି ତୃଣଭୋଜି ପ୍ରାଣୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟସ୍ତରରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୧ ସେପ୍ଟେମ୍ବର ୨୨ରେ ଆଫ୍ରିକା ମହାଦେଶରେ  ଅନ୍ତର୍ଜାତୀୟ ଗଣ୍ଡା ଦିବସ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ପରେପରେ ବିଶ୍ବସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି।

ତେଣୁ ନନ୍ଦନକାନନରେ ବି ଏହି ଦିବସ ପାଳନ କରାଯାଉଛି।

ମାତ୍ର ପରିତାପର କଥା ପ୍ରାୟ ୧୦ବର୍ଷ ହେଲା ନନ୍ଦନକାନନର ଗଣ୍ଡା ଖୁଆଡ଼ ଖାଲି।

ଏକଦା ଏଠାରେ ୩ଟି ବିଶାଳ ଗଣ୍ଡା ଦେଖି ପର୍ଯ୍ୟଟକମାନେ ଖୁସି ହେଉଥିଲେ।

ମାତ୍ର ଦୁର୍ଭାଗ୍ୟର କଥା ଏଠାରେ ମାଈ ଓ ଅଣ୍ଡିରା ଗଣ୍ଡା ଥିବା ସତ୍ତ୍ବେ ବଂଶବୃଦ୍ଧି ହୋଇପାରିଲା ନାହିଁ।

ଆଗପଛ ହୋଇ ଗଣ୍ଡାମାନେ ମରିଗଲେ ଏବଂ ଅଣ୍ଡିରା ଗଣ୍ଡା ନନ୍ଦନ ଓରଫ ନନ୍ଦୁର ମୃତ୍ୟୁ ପରଠୁ ଅର୍ଥାତ୍ ୨୦୧୬ ମସିହା ପରଠୁ ଗଣ୍ଡା ଖୁଆଡ଼ ଖାଲି ହୋଇଗଲା।

Advertisment RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ନନ୍ଦନକାନନର ଇତିହାସ ଅନୁସାରେ ୧୯୭୫ ମସିହାରେ ଆସାମରୁ ପ୍ରଥମ ଥର ପାଇଁ ଏକ ମାଈ ଗଣ୍ଡାକୁ ଏଠାକୁ ଅଣାଯାଇଥିଲା।

ତା" ପରବର୍ଷ ଅର୍ଥାତ୍ ୧୯୭୬ ଏପ୍ରିଲ୍ ୮ରେ ଆସାମରୁ ଆଉ ଏକ ମାଈ ଗଣ୍ଡାକୁ ଅଣାଯାଇଥିଲା।

କାଞ୍ଜିଆ ହ୍ରଦ ଭଳି ପରିବେଶ ଥିବାରୁ ବଂଶବୃଦ୍ଧି କରାଇବା ଲକ୍ଷ୍ୟରେ ନନ୍ଦନକାନନ କର୍ତ୍ତୃପକ୍ଷ ୧୯୭୯ ଫେବ୍ରୁଆରି ୨ରେ ଆସାମରୁ ଏକ ଅଣ୍ଡିରା ଗଣ୍ଡାକୁ ଆଣିଥିଲେ।

ମାତ୍ର ୪ ବର୍ଷ ବୟସର ସେହି ଗଣ୍ଡାକୁ ଗେହ୍ଲାରେ "ନନ୍ଦନ" ଓରଫ ନନ୍ଦୁ ବୋଲି ନାମକରଣ କରାଯାଇଥିଲା।

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର ନନ୍ଦୁର ଉପସ୍ଥିତି ନନ୍ଦନକାନନରେ ଗଣ୍ଡା ବଂଶବୃଦ୍ଧିର ଆଶା ସୃଷ୍ଟି କରିଥିଲା।

ମାତ୍ର ସମୟ ଗଡ଼ିଚାଲିଲା ଏବଂ ନନ୍ଦୁ ‌ଯୌବନ ପାଇଲା ସିନା ଗଣ୍ଡା ଶାବକ ଜନ୍ମ ନେବା ସମ୍ଭବ ହେଲା ନାହିଁ।

୧୯୭୫ ମସିହାରେ ଆସିଥିବା ପ୍ରଥମ ମାଈ ଗଣ୍ଡାଟି ୨୨ ବର୍ଷ ପରେ ଅର୍ଥାତ୍‌ ୧୯୯୭ ଏପ୍ରିଲ୍ ୨୨ରେ ଆଖି ବୁଜିଦେଲା।

ତଥାପି ଅନ୍ୟ ମାଈ ଗଣ୍ଡାଟି କେବେ ନା କେବେ ଗର୍ଭବତୀ ହେବା ଅଶା ଥିଲା।

ମାତ୍ର ତାହା ବି ହେଲା ନାହିଁ।

୧୯୭୬ରେ ଆସିଥିବା ସେହି ଦ୍ୱିତୀୟ ମାଈ ଗଣ୍ଡାଟି ୩୪ ବର୍ଷ ବୟସରେ ୨୦୦୭ ମେ ୨୮ରେ ମୃତ୍ୟୁ ବରଣକଲା।

ତା"ର ପେଟରେ ଟ୍ୟୁମର୍ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

କିନ୍ତୁ ୧୦ବର୍ଷରୁ ଅଧିକ କାଳ ଏକାଠି ରହିବା ପରେ ମଧ୍ୟ ୨ଟି ଯାକ ମାଈ ଗଣ୍ଡା ମାଆ ହୋଇ ନପାରିବା ନନ୍ଦନକାନନ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥିଲା।

୨୦୦୭ ପରଠୁ ଖୁଆଡ଼ରେ ନନ୍ଦୁ ଏକାକୀ ହୋଇପଡ଼ିଥିଲା।

ତା" ପାଇଁ ଏକ ମାଈ ସାଥୀ ଯୋଗାଡ଼ କରାଯାଇପାରି ନଥିଲା।

ଅନେକ ଦିନ ଧରି ନିଃସଙ୍ଗ ଜୀବନ ବିତାଇବା ପରେ ୨୦୧୬ ସେପ୍ଟେମ୍ବର ୨୮ରେ ୪୦ ବର୍ଷ ବୟସରେ ବୁଢ଼ା ନନ୍ଦୁ ଆଖି ବୁଜିଦେଇଥିଲା।

ଆସାମରୁ ଏଠାକୁ ପୁଣି ଗଣ୍ଡା ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା କରୁଥିବା ସୂଚନା ମିଳିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।