Traditional Bengali Dhunuchi Dance: ଭକ୍ତି ଓ ପରମ୍ପରାର ଅନନ୍ୟ ସମନ୍ୱୟ ଧୁନୁଚି ନାଚ; ଧୂପର ମହକ, ଢାକର ଗୁଞ୍ଜନରେ ଝୁମୁଛି ପୂଜାମଣ୍ଡପ
ବଙ୍ଗାଳୀ ପରମ୍ପରାର ଅନନ୍ୟ ନୃତ୍ୟ ଧୁନୁଚି ନାଚ। ହାତରେ ଧୁନୁଚି ପାତ୍ର, ଚାରିଆଡ଼େ ଧୂପର ଧୂଆଁ ଆଉ ତାଳେ ତାଳେ ନୃତ୍ୟର ମନୋରମ ଝଲକ। ଭକ୍ତି, ପରମ୍ପରା ଓ କଳାର ଏହି ଅପୂର୍ବ ସମନ୍ୱୟ ହିଁ ଧୁନୁଚି ନାଚର ସ୍ୱତନ୍ତ୍ର ପରିଚୟ। ବଙ୍ଗାଳୀ ସଂସ୍କୃତି ଓ ଦୁର୍ଗାପୂଜା ସହ ଏହି ପାରମ୍ପରିକ ନୃତ୍ୟର ରହିଛି ଗଭୀର ସମ୍ପର୍କ।
ମାଟିରେ ତିଆରି ସ୍ୱତନ୍ତ୍ର ଧୁନୁଚି ପାତ୍ରରେ ନଡ଼ିଆ ଖୋଳ ବା ଅଙ୍ଗାର ଜଳାଇ ଦିଆଯାଏ ଧୂପ। ଆଉ ସେଥିରୁ ବାହାରୁଥିବା ସୁଗନ୍ଧିତ ଧୂଆଁ ସହ ଢାକର ତାଳ ମିଶି ସୃଷ୍ଟି କରେ ଏକ ଆଧ୍ୟାତ୍ମିକ ପରିବେଶ। କେନ୍ଦୁଝରରରେ ବିଶେଷ କରି ଦୁର୍ଗାପୂଜାର ସନ୍ଧ୍ୟା ଆଳତି ସମୟରେ ଧୁନୁଚି ନାଚର ଏହି ମନମୁଗ୍ଧକର ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ କରିଥାଏ ମନ୍ତ୍ରମୁଗ୍ଧ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।