Tragedy in the Sky: ମଝି ଆକାଶରେ ଭୟଙ୍କର ଧକ୍କା! ଫିଲିପାଇନ୍ସରେ ୪ ପାଇଲଟ୍ଙ୍କ ମୃତ୍ୟୁ
ଫିଲିପାଇନ୍ସରେ ଘଟିଛି ଏକ ଭୟାବହ ବିମାନ ଦୁର୍ଘଟଣା।
ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ବାୟୁସେନାର ଦୁଇଟି ତାଲିମ ବିମାନ ପରସ୍ପର ସହ ଧକ୍କା ହୋଇଥିବାରୁ ୪ ଜଣ ପାଇଲଟ୍ଙ୍କ ଜୀବନ ଯାଇଛି।
ଏହି ଘଟଣା ପରେ ଫିଲିପାଇନ୍ସ ବାୟୁସେନାରେ ଶୋକର ଛାୟା ଖେଳିଯାଇଛି।
Advertisment ସୂଚନା ଅନୁସାରେ, ଫିଲିପାଇନ୍ସ ବାୟୁସେନାର ଦୁଇଟି 'SF-260' ତାଲିମ ବିମାନ ଏହି ଦୁର୍ଘଟଣାର ଶିକାର ହୋଇଛି।
ଗତକାଲି ଅପରାହ୍ନ ପ୍ରାୟ ୩ଟା ୫୧ ମିନିଟ୍ରେ ଫର୍ଣ୍ଣାଣ୍ଡୋ ଏୟାର ବେସ୍ରେ ଏହି ଘଟଣା ଘଟିଥିଲା।
ନିୟମିତ ପ୍ରଶିକ୍ଷଣ ଉଡ଼ାଣ ଚାଲିଥିବା ବେଳେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା।
ଏହା ପରେ ଉଭୟ ବିମାନ ଏୟାର ବେସ୍ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
୪ ପାଇଲଟ୍ଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ ଏହି ଦୁର୍ଘଟଣାରେ ୪ ଜଣ ପାଇଲଟ୍ ପ୍ରାଣ ହରାଇଥିବା ଜଣାପଡ଼ିଛି।
ତେବେ ଦୁଇଟି ବିମାନ କେଉଁ ପରିସ୍ଥିତିରେ ପରସ୍ପର ସହ ଧକ୍କା ହେଲେ, ତାହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ତଦନ୍ତ ପରେ ଦୁର୍ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।
Advertisment ସମସ୍ତ SF-260 ବିମାନର ଉଡ଼ାଣ ସ୍ଥଗିତ ଦୁର୍ଘଟଣା ପରେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଫିଲିପାଇନ୍ସ ବାୟୁସେନା ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ବାୟୁସେନାର ସମସ୍ତ SF-260 ବିମାନର ଉଡ଼ାଣକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ଦୁର୍ଘଟଣାର କାରଣ ଜଣାପଡ଼ିବା ଏବଂ ଉଡ଼ାଣ ସୁରକ୍ଷା ସମ୍ପର୍କିତ ଆବଶ୍ୟକ ଯାଞ୍ଚ ଶେଷ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।