Tragedy Strikes Childless Couple: ଗୁଣିଆ ଔଷଧ ଖାଇ ନିଃସନ୍ତାନ ଦମ୍ପତି ମୃତ! ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀଙ୍କ ମୃତ୍ୟୁ

Aug 25, 2026 - 16:12
Tragedy Strikes Childless Couple: ଗୁଣିଆ ଔଷଧ ଖାଇ ନିଃସନ୍ତାନ ଦମ୍ପତି ମୃତ! ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀଙ୍କ ମୃତ୍ୟୁ

ଗୁଣିଆ ଔଷଧ ଖାଇ ନିଃସନ୍ତାନ ଦମ୍ପତି ମୃତ ! ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆ ଠାରୁ ଔଷଧ ଆଣି ଖାଇଥିଲେ ଦମ୍ପତି । ଦୁହେଁ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ। ଫୁଲବାଣୀ ମେଡିକାଲ୍ ରେ ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀଙ୍କୁ MKCG ପଠାଯାଇଥିଲା। ଆଜି MKCGରେ ସ୍ବାମୀଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମୃତ ଦମ୍ପତି ହେଉଛନ୍ତି କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାର ଲଳିତା କହଁର ଓ କାହ୍ନୁ କହଁର। ସୂଚନା ଅନୁସାରେ, ବିବାହର ଦୀର୍ଘ ବର୍ଷ ଧରି କୌଣସି ସନ୍ତାନ ହେଉନଥିବାରୁ ବାଲିଗୁଡ଼ା ଅଞ୍ଚଳର କୌଣସି ଗୁଣିଆ ଠାରୁ ଔଷଧ ଆଣିଥିଲେ ଦମ୍ପତି। ଗତକାଲି ଗୁଣିଆର ଔଷଧ ଖାଇ ଗୁରୁତର ପରେ ହସ୍ପିଟାଲରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।...

ଗୁଣିଆ ଔଷଧ ଖାଇ ଦମ୍ପତି ମୃତ!

ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆ ଠାରୁ ଔଷଧ ଆଣି ଖାଇଥିଲେ
ଦୁହେଁ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ
ଫୁଲବାଣୀ ମେଡିକାଲ୍ ରେ ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀଙ୍କୁ MKCG ପଠାଯାଇଥିଲା
ଆଜି MKCGରେ ସ୍ବାମୀ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ
ମୃତ ଦମ୍ପତିଙ୍କ ଘର କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।