Tragic house fire: ଘର ଭିତରେ ଜୀଅନ୍ତା ଜଳିଗଲେ, ଶୋଇଥିବା ବେଳେ ପୋଡ଼ି ହୋଇ ବୃଦ୍ଧଙ୍କ ମୃତ୍ୟୁ
ଘର ଭିତରେ ଜିଅନ୍ତା ଜଳିଗଲେ ବୃଦ୍ଧ। ରାତିରେ ଶୋଇଥିବା ଅବସ୍ଥାରେ ଘଟିଲା ଅଘଟଣ। ରାଉରକେଲାରେ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ମଧୁସୂଦନପଲ୍ଲୀ ଅଞ୍ଚଳରେ ଘଟିଛି ଏ ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତ କାଲି ରାତିରେ ଘରେ ବାପ ପୁଅ ଶୋଇଥିଲେ। ତେବେ ନିଆଁରେ ପୋଡ଼ିହୋଇ କେବଳ ବାପାଙ୍କର ମୃତ୍ୟୁ ଘଟିଛି।
ମୃତକ ହେଉଛନ୍ତି ଜିତେନ୍ଦ୍ର ସାହୁ। ଜିତେନ୍ଦ୍ରଙ୍କୁ ଭଲ ଭାବେ ଦେଖାଯାଉନଥିବା ପଡ଼ୋଶୀ କହିଛନ୍ତି। ତେବେ ନିଆଁ କେମିତି ଲାଗିଲା, ସେନେଇ କିଛି ସ୍ପଷ୍ଟ ହୋଇନି। ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।...
ଘରେ ଶୋଇଥିବା ବେଳେ ପୋଡ଼ି ହୋଇ ବୃଦ୍ଧଙ୍କ ମୃତ୍ୟୁ
ବାପା-ପୁଅ ଥିବା ବେଳେ ନିଆଁଲାଗି ବାପାଙ୍କ ମୃତ୍ୟୁ
ରାଉରକେଲା ମଧୁସୂଦନପଲ୍ଲୀ ଅଞ୍ଚଳରେ ଲାଗିଥିଲା ନିଆଁ
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଘଟଣାସ୍ଥଳରେ ପୋଲିସର ଛାନଭିନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।