Train: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମରେ ୪ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ
"ଗଜପତି: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକିଲି ଉପକଣ୍ଠ ରାଇବାଲସା ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି | ଟ୍ରେନ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ହୋଇପଡିଛନ୍ତି | ମିଳିଥିବା ସୂଚନା ମୁତାବକ ସମୁଦାୟ ୫ ଜଣ ରେଳଧାରଣା ପାର ହେଉଥିବାବେଳେ ଅସାବଧାନତା ବଶତଃ ଟ୍ରେନ ଆସୁଥିବାର ଦେଖିପାରିନଥିଲେ | ଆଉ ଏହି ସମୟରେ ଗୁଣପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ ଏମାନଙ୍କୁ ଧକ୍କା ଦେଇଥିଲା | ଏହି ଦୁର୍ଘଟଣାରେ ୪ ଜଣ ରେଳଧାରଣାରେ କଟିଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇପଡିଛନ୍ତି |Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।