Cyclone: ଭୀଷଣ ହେଲା ଅର୍ଣ୍ଣବ: ଦ୍ରୁତବେଗରେ ମାଡ଼ି ଆସୁଛି
ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ' ଅଧିକ ଘନୀଭୂତ ହେଉଛି।
ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅତିଭୀଷଣ ବାତ୍ୟା ରୂପ ନେବ।
ରିପୋର୍ଟ ଲେଖା ହେବା ବେଳକୁ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଦିଗରେ ଆଗକୁ ବଢ଼ୁଥିବା 'ଅର୍ଣ୍ଣବ' ଗୋପାଳପୁରଠାରୁ ୪୪୦ କିମି ଦକ୍ଷିଣ-ପୂର୍ବରେ, ବିଶାଖାପାଟଣାଠାରୁ ୪୩୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ, କାକିନାଡ଼ାଠାରୁ ୫୦୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ, ମଛଲିପଟ୍ଟନମ୍ଠାରୁ ୬୧୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ ଓ ବାପତଲାଠାରୁ ୬୮୦ କିମି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ରହିଛି।
୨୮ ତାରିଖ ପୂର୍ବାହ୍ଣ ସୁଦ୍ଧା ଏହା ଅତିଭୀଷଣ ବାତ୍ୟା ରୂପରେ ହିଁ ବାପତଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି।
Advertisment National Lawn Bowls: ଜାତୀୟ ଲନ୍ବଲ୍ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ବଦଳିଲା ଉପକୂଳ ଓଡ଼ିଶାରେ ପାଗର ମିଜାଜ୍ ଆଜିଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ଉପକୂଳ ଓଡ଼ିଶାରେ ୪୦-୬୦ କିମି ବେଗରେ ପବନ ୫ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରିପୋର୍ଟ ଲେଖାଯିବା ବେଳକୁ 'ଅର୍ଣ୍ଣବ' ନିକଟରେ ପବନର ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କିମି ଓ ଝଟକା ପବନ ୧୧୦ କିମି ରହିଛି।
'ଅର୍ଣ୍ଣବ' ପ୍ରଭାବରେ ଆଜି ରାତିଠାରୁ ଓଡ଼ିଶା ଉପକୂଳରେ କୋହଲା ପାଗ ଆରମ୍ଭ ହୋଇଛି।
୨୭ ତାରିଖ ସକାଳଠାରୁ ପୁରୀ , ଗଜପତି , ଗଞ୍ଜାମ , ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମିରୁ ବୃଦ୍ଧି ପାଇ ୬୦ କିମି ହୋଇପାରେ।
୨୭ ତାରିଖ ସନ୍ଧ୍ୟାରୁ ୨୮ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ପବନର ବେଗ ବୃଦ୍ଧି ପାଇ ୭୦ କିମି ହେବ ଏବଂ ତା'ପରେ ଧୀରେ ଧୀରେ ହ୍ରାସ ପାଇବ।
୨୭ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶର ଅଭ୍ୟନ୍ତରୀଣ ଜିଲ୍ଲା ଓ ଦକ୍ଷିଣ ଛତିଶଗଡ଼ରେ ଘଣ୍ଟାପ୍ରତି ପବନର ବେଗ ବୃଦ୍ଧି ପାଇ ୬୦ କିମି ହୋଇପାରେ, ଯାହାକି ୨୮ ତାରିଖ ରାତି ପର୍ଯ୍ୟନ୍ତ ଲାଗିରହିବ।
ଓଡ଼ିଶାର ଗଞ୍ଜାମ, ଗଜପତି, ନବରଙ୍ଗପୁର , ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଛତିଶଗଡ଼ର ସୁକୁମା, ଦନ୍ତେୱାଡା, ବିଜାପୁର ଓ ବସ୍ତର, ତେଲେଙ୍ଗାନାର ଖମ୍ମାମ୍, ଭଦ୍ରାଦ୍ରି କୋତାଗୁଡେମ୍, ମୁଲୁଗୁ ଓ ମହବୁବାବାଦ ଜିଲ୍ଲାରେ ୨୮ ତାରିଖ ଭୋରରୁ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିବ।
Tribal worker: ରାମ୍କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିମି ସହ ଝଟକା ପବନର ବେଗ ୮୦ କିମି ଛୁଇଁପାରେ।
ତାହାକୁ ନଜରରେ ରଖି ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।
ଏହି ଜିଲ୍ଲା ବ୍ୟତୀତ କଳାହାଣ୍ଡି , କନ୍ଧମାଳ , ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର , ବରଗଡ଼, ପୁରୀ, ଖୋରଧା, ସୁବର୍ଣ୍ଣପୁର , ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ।
ତେଣୁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ଅନ୍ୟ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି।
୨୭ ତାରିଖ ସନ୍ଧ୍ୟାରୁ ୨୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଅଶାନ୍ତରୁ ଖୁବ୍ ଅଶାନ୍ତ ରହିବାର ସମ୍ଭାବନା ରହିଛି।
ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ବାରଣ କରାଯାଇଛି।
ପାରାଦୀପ ଓ ଧମରା ବନ୍ଦରରେ ଦୂରବର୍ତ୍ତୀ ସତର୍କ ସୂଚନା ସଙ୍କେତ ନମ୍ବର-୨ ଓ ପୁରୀ ଓ ଗୋାପାଳପୁରରେ ସ୍ଥାନୀୟ ସତର୍କସୂଚନା ସଙ୍କେତ ନମ୍ବର-୪ ଜାରି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।