Trinamool Congress: ଦୁଇ ପ୍ରମୁଖ ସଂସଦୀୟ ପାନେଲର ଅଧ୍ୟକ୍ଷ ପଦ ହରାଇଲା ଟିଏମ୍ସି
"ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନ୍ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶନିବାର ବିଭିନ୍ନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ କରିଛନ୍ତି।
କମିଟିର ପୁନର୍ଗଠନ ପରେ ତୃଣମୂଳ କଂଗ୍ରେସ ଦୁଇଟି ଗୁରୁତ୍ବପୂର୍ଣ୍ଣ ସଂସଦୀୟ ପାନେଲର ଅଧ୍ୟକ୍ଷତା ହରାଇଛି।
ଟିଏମ୍ସିର ଡୋଲା ସେନଙ୍କ ସ୍ଥାନରେ ବିଜେପିର ସୁଧାଂଶୁ ତ୍ରିବେଦୀଙ୍କୁ ବାଣିଜ୍ୟ ସଂସଦୀୟ କମିଟିର ନୂତନ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ, ଟିଏମସିର ବିଦ୍ରୋହୀ ଗୋଷ୍ଠୀର ନେତା କାକଳୀ ଘୋଷ ଦସ୍ତିଦାରଙ୍କୁ ତାଙ୍କ ପୂର୍ବତନ ଦଳୀୟ ସହଯୋଗୀ କୀର୍ତ୍ତି ଆଜାଦଙ୍କ ସ୍ଥାନରେ ରାସାୟନିକ ଓ ସାର ପ୍ୟାନେଲର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।Advertisment ଡିଏମକେ ସାଂସଦ ତିରୁଚି ଶିବ ଓ କେ କାନିମୋଝିଙ୍କୁ ଯଥାକ୍ରମେ ଶିଳ୍ପ ସଂସଦୀୟ କମିଟି ଏବଂ ଖାଦ୍ୟ, ଗ୍ରାହକ ବ୍ୟାପାର ଓ ସାଧାରଣ ବଣ୍ଟନ ପ୍ୟାନେଲର ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରାଯାଇଛି।
ବିଜେପିର କେତେକ ପ୍ରମୁଖ ସହଯୋଗୀ ଦଳ ଜେଡିୟୁ, ଶିବସେନା ଓ ଟିଡିପି ବିଭିନ୍ନ ସଂସଦୀୟ କମିଟିର ଅଧ୍ୟକ୍ଷତା ବଜାୟ ରଖିଛନ୍ତି।
କଂଗ୍ରେସ ସାଂସଦ ଶଶି ଥରୁର୍ ଓ ଚରଣଜିତ୍ ସିଂ ଚନ୍ନି ବୈଦେଶିକ ବ୍ୟାପାର ଓ କୃଷି ବିଭାଗ କମିଟିର ଅଧ୍ୟକ୍ଷତା ବଜାୟ ରଖିଛନ୍ତି।
ଶିକ୍ଷା, ମହିଳା, ଶିଶୁ ଏବଂ ଯୁବ ସମ୍ପର୍କିତ ସଂସଦୀୟ ପ୍ୟାନେଲର ମୁଖ୍ୟ ଭାବରେ କଂଗ୍ରେସର ମୁକୁଲ ୱାସନିକ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ୟାନେଲର ଅଧ୍ୟକ୍ଷ ଭାବରେ ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବଙ୍କୁ ବଜାୟ ରଖାଯାଇଛି।
ବିଜେପିର ରାଧାମୋହନ ସିଂହ ପ୍ରତିରକ୍ଷା ପ୍ୟାନେଲର ନେତୃତ୍ୱ ନେବେ।
ବିଜେପିର ସୁଜିତ କୁମାର ତାଙ୍କ ଦଳର ସାଂସଦ ବ୍ରିଜ ଲାଲଙ୍କ ସ୍ଥାନରେ କର୍ମଚାରୀ, ସାଧାରଣ ଅଭିଯୋଗ, ଆଇନ ଏବଂ ନ୍ୟାୟ ସଂସଦୀୟ କମିଟିର ଅଧ୍ୟକ୍ଷ ହୋଇଛନ୍ତି।
ଜେଡିୟୁର ସଞ୍ଜୟ ଝା ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଶିବସେନାର ଶ୍ରୀରଙ୍ଗ ବାର୍ନେ ଶକ୍ତି ବିଭାଗ କମିଟି ବଜାୟ ରଖିଛନ୍ତି।
ଅନୁରାଗ ଠାକୁର କୋଇଲା, ରାଜୀବ ପ୍ରତାପ ରୁଢ଼ି ଜଳ ସମ୍ପଦ, ଭର୍ତ୍ତୃହରି ମହତାବ ଅର୍ଥ, ରାଧା ମୋହନ ଦାସ ଗୃହ ମନ୍ତ୍ରଣାଳୟ, ନିଶିକାନ୍ତ ଦୁବେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ମହାରାଷ୍ଟ୍ର ସାଂସଦ ମେଦା ବିଶ୍ରାମ କୁଲକର୍ଣ୍ଣୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ।
ବିଜେପିର ସୁଧୀର ଗୁପ୍ତାଙ୍କୁ ରେଲୱେ ପ୍ୟାନେଲର ଅଧ୍ୟକ୍ଷ ଭାବରେ ଦଳର ସହଯୋଗୀ ସିଏମ୍ ରମେଶଙ୍କ ସ୍ଥାନରେ ନିଆଯାଇଛି।
କଂଗ୍ରେସର ସପ୍ତଗିରି ଶଙ୍କର ଉଲାକାଙ୍କୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ୟାନେଲର ମୁଖ୍ୟ ଭାବରେ ପୁନଃନିଯୁକ୍ତ କରାଯାଇଛି।
ତିରୁଅନନ୍ତପୁରମ୍ କର୍ପୋରେସନ କାଉନସିଲର୍ ପଦରୁ ଶ୍ରୀଲେଖାଙ୍କ ଇସ୍ତଫା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।