Flydubai Attack: କଟକଣା ସତ୍ତ୍ବେ ଇସ୍ରାଏଲକୁ ବିମାନ ଉଡ଼ାଇଥିଲେ ୧୨ ଓମାନୀ ପାଇଲଟ
"ତେଲ ଅଭିଭ୍: ଇସ୍ରାଏଲ ପକ୍ଷରୁ ସୁରକ୍ଷାରେ ବଡ଼ ତ୍ରୁଟିକୁ ଅଣଦେଖା କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି।
୨୦୨୦ ଆବ୍ରାହମ ଚୁକ୍ତିନାମା ପରେ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶର ପାଇଲଟମାନଙ୍କୁ ଦେଶରେ ଉଡ଼ାଣ କରିବାରୁ ନିଷେଧ କରାଯାଇଛି।
ଓମାନ ସହିତ ଇସ୍ରାଏଲର କୂଟନୈତିକ ସମ୍ପର୍କ ନାହିଁ।
ଓମାନ ପାଇଲଟଙ୍କୁ ଇସ୍ରାଏଲକୁ ବିମାନ ଉଡ଼ାଇବା ଉପରେ କଟକଣା ରହିଥିବା ସତ୍ତ୍ବେ ଗତ କିଛି ବର୍ଷ ମଧ୍ୟରେ ୧୨ ଓମାନୀ ପାଇଲଟ ବିଦେଶୀ ଏୟାରଲାଇନ୍ସରେ କାମ କରିବା ସମୟରେ ଇସ୍ରାଏଲରେ ଉଡ଼ାଣ କରିଛନ୍ତି।Advertisment କଟକଣା ସତ୍ତ୍ବେ ଉଡ଼ାଉଥିଲେ ବିମାନ ଏକ ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶର ପାଇଲଟମାନେ ଦେଶକୁ ବିମାନ ଚଳାଚଳ ନ କରିବା ପାଇଁ ଇସ୍ରାଏଲୀ କର୍ତ୍ତୃପକ୍ଷ ମୁଖ୍ୟତଃ ଏୟାରଲାଇନ୍ସଗୁଡ଼ିକ ଉପରେ ନିର୍ଭର କରିଥିଲେ।
ସିନ୍ ବେଟ୍ ସୁରକ୍ଷା ସଂସ୍ଥା ମଧ୍ୟ ଫ୍ଲାଏଦୁବାଇ ବିମାନ ପାଇଲଟଙ୍କ ନାଗରିକତା ଓ ଅନ୍ୟାନ୍ୟ ପୃଷ୍ଠଭୂମି ସ୍ବାଧୀନ ଭାବେ ତଦନ୍ତ କରିନଥିଲା।
ବରଂ ଏହା କେବଳ ଏୟାରଲାଇନ୍ସକୁ ଯେଉଁ ଦେଶ ସହିତ କୂଟନୈତିକ ସମ୍ପର୍କ ନାହିଁ ସେମାନଙ୍କ ପାଇଲଟକୁ ତେଲ ଅଭିଭ୍ ଉଡ଼ାଣ ପାଇଁ ଅନୁମତି ନ ଦେବାକୁ କହିଥିଲା ବୋଲି ଜଣାପଡ଼ିଛି।
ସ୍ମିତ୍ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଲେ ୟୁଏଇ ଉପପ୍ରଧାନମନ୍ତ୍ରୀ: କହିଲେ, ତୁମ ପାଇଁ ଆମେ ଗର୍ବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।