Tripura BSF Attack: ସୀମାରେ ସୁରକ୍ଷା ଦେଉଥିବା ଯବାନଙ୍କୁ ଆକ୍ରମଣ, ଠେଙ୍ଗାରେ ପିଟିଲେ ଉତ୍ତ୍ୟକ୍ତ ଲୋକ!
ଦେଶର ସୀମା ଜଗୁଥିବା BSF ଯବାନଙ୍କ ଉପରେ ମରଣାନ୍ତକ ଆକ୍ରମଣ।
ଠେଙ୍ଗାରେ ଯିଏ ଯେମିତି ପାରିଲେ ପିଟିଲେ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ୪ ଜଣ।
ଏଥିସହ ଯବାନଙ୍କ ଗାଡ଼ି ବି ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକ।
Advertisment ଅତି ଅମାନୁଷିକ, ଅମାନବୀୟ, ବର୍ବର, ନୃଶଂସ ଏମିତି ଯେତେ କହିଲେ ବି କମ୍ ପଡ଼ିବ।
ହାତରେ ବାଉଁଶ ଠେଙ୍ଗା ଧରି ମାଡ଼ି ଆସିଲେ ଉତ୍ତ୍ୟକ୍ତ ଲୋକ।
କିଏ ଯବାନଙ୍କୁ ଗୋଡ଼ାଇଲେ, ତ ଆଉ କିଏ ଗାଡ଼ି ଉପରେ ଆକ୍ରମଣ କଲେ।
ଯବାନଙ୍କୁ ଘେରି ଯାଇ ମାଡ଼ ମାରି ପୁଣି ତଳେ ପକାଇ ପିଟି ଚାଲିଲେ।
ଏପରିକି ଜଣେ ଯବାନଙ୍କଠାରୁ ସର୍ଭିସ୍ ବନ୍ଧୁକ ଛଡ଼ାଇବାକୁ ବି ଉଦ୍ୟମ କଲେ ଉତ୍ୟକ୍ତ ଲୋକ।
ଗାଡ଼ିର କାଚକୁ ବି ଭାଙ୍ଗି ଚୁରମାର କରିଦେଲେ।
ଏହି ଘଟଣା ତ୍ରିପୁରାର ସେପାହିଜାଲା ଜିଲ୍ଲା ଆଶାବାଡ଼ି ଅଞ୍ଚଳର।
ଭାରତ-ବାଂଲାଦେଶ ସୀମା ନିକଟରେ ସ୍ମଗଲିଂ ରୋକିବାକୁ ଅପରେସନ୍ ଚଳାଇଥିଲେ ୪୯ତମ ବାଟାଲିୟନର BSF ଯବାନ।
ସ୍ମଗଲିଂରେ ସମ୍ପୃକ୍ତି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ।
ଏଥିରେ ଉତ୍ୟକ୍ତ ଲୋକ ଯବାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
Advertisment ଏଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ ଯବାନ ଆହତ ହୋଇଛନ୍ତି।
ଏହି ଘଟଣାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ।
ଏନେଇ ସୂଚନା ଦେବା ସହ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି Xରେ ସୂଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ।।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।