Indian Killed as 2 Helicopters Collide Mid-Air: ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା; ଜଣେ ଭାରତୀୟ ନାଗରିକ ମୃତ; ଅନ୍ୟ ଜଣେ ଆହତ

Nov 03, 2026 - 12:22
Indian Killed as 2 Helicopters Collide Mid-Air: ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା; ଜଣେ ଭାରତୀୟ ନାଗରିକ ମୃତ; ଅନ୍ୟ ଜଣେ ଆହତ

ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି।

ଅବତରଣ କରିବା ସମୟରେ ଦୁଇଟି ହେଲିକପ୍ଟରର ରୋଟର ବ୍ଲେଡ୍‌ ପରସ୍ପର ସହ ଧକ୍କା ହେବାରୁ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣାରେ ଭାରତୀୟ ବଂଶୋଦ୍ଭବ ତଥା ନ୍ୟୁଜିଲାଣ୍ଡ ନାଗରିକ ଆହତ ହୋଇଛନ୍ତି।

କାଠମାଣ୍ଡୁଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଫେରିଚେ ହେଲିପ୍ୟାଡ୍‌ରେ ଏହି ଘଟଣା ଘଟିଛି।

Advertisment ମୃତକ ଜଣକ ହେଉଛନ୍ତି ୪୭ ବର୍ଷୀୟ ବସନ୍ତ କୁମାର ବଲାରା ମାଡୁ।

ସେ ଭାରତୀୟ ନାଗରିକ।

ସେହିପରି ଆହତ ବ୍ୟକ୍ତି ହେଉଛନ୍ତି ୫୩ ବର୍ଷୀୟ ଶୈଳେଶ କିଶନ ପଟେଲ।

ସେ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ନ୍ୟୁଜିଲାଣ୍ଡର ନାଗରିକ ବୋଲି ଜଣାପଡ଼ିଛି।

ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଫିଷ୍ଟେଲ୍ ଏୟାର ଏବଂ ଡାଇନାଷ୍ଟି ଏୟାର ପକ୍ଷରୁ ପରିଚାଳିତ ଦୁଇଟି ହେଲିକପ୍ଟର ଫେରିଚେ ହେଲିପ୍ୟାଡ୍‌ରେ ଅବତରଣ କରୁଥିବା ବେଳେ ସେମାନଙ୍କ ରୋଟର ବ୍ଲେଡ୍‌ ପରସ୍ପରକୁ ଧକ୍କା ଦେଇଥିଲା।

ଏହାପରେ ଉଭୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ଘଟଣା ସମୟର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି।

ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।