Trump celebrates Diwali at White House: ହ୍ୱାଇଟ୍ ହାଉସ୍‌ରେ ଦୀପାବଳି ପାଳିଲେ ଡୋନାଲ୍ଡ ଟ୍ରମ୍ପ, ହନୁମାନ ଚାଳିସା ଉପହାର ଦେଲେ ଭାରତୀୟ

Nov 07, 2026 - 12:27
Trump celebrates Diwali at White House: ହ୍ୱାଇଟ୍ ହାଉସ୍‌ରେ ଦୀପାବଳି ପାଳିଲେ ଡୋନାଲ୍ଡ ଟ୍ରମ୍ପ, ହନୁମାନ ଚାଳିସା ଉପହାର ଦେଲେ ଭାରତୀୟ

ହ୍ୱାଇଟ୍ ହାଉସ୍‌ରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି।

ଏହି ଉତ୍ସବରେ ସାମିଲ ହୋଇ ଦୀପ ଜାଳିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଶୁକ୍ରବାର ହ୍ୱାଇଟ୍ ହାଉସ୍‌ର ଓଭାଲ୍ ଅଫିସ୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକୀୟ ସମୁଦାୟର ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।

Advertisment ଏହି ଅବସରରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା, ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ, ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା, ଉଦ୍ୟୋଗପତି ବିଶାଳ ଗୋଣ୍ଡାଲ, ଆଇବିଏମ ସିଇଓ ଅରବିନ୍ଦ କୃଷ୍ଣ ଏବଂ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ସ ଅଫ୍ ହେଲ୍ଥର ନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।

ଦୀପାବଳି ଉତ୍ସବର ଏକ ବିଶେଷ ଆକର୍ଷଣ ଥିଲା ଭାରତୀୟ ଉଦ୍ୟୋଗପତି ବିଶାଳ ଗୋଣ୍ଡାଲଙ୍କ ଦ୍ୱାରା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହନୁମାନ ଚାଳିଶା ଉପହାର ପ୍ରଦାନ।

GOQiiର ପ୍ରତିଷ୍ଠାତା ଗୋଣ୍ଡାଲ ଏହି କାର୍ଯ୍ୟକ୍ରମର ଫଟୋ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ସେୟାର କରିଥିଲେ।

ସେ ଲେଖିଥିଲେ, ଓଭାଲ୍ ଅଫିସ୍‌ରେ ଆଲୋକର ଏକ ସୁନ୍ଦର ମୁହୂର୍ତ୍ତ।

Advertisment ସେ ଆହୁରି କହିଥିଲେ ଯେ, ତୁଳସୀଦାସଙ୍କ ରଚିତ ହନୁମାନ ଚାଳିଶା ସାହସ, ଭକ୍ତି ଓ ଶକ୍ତିର ପ୍ରତୀକ।

ଦୀପ ଜାଳିବା ସମୟରେ ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତା ଅଧିକ ମଜଭୁତ ହେବା ସହ ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା ହେଉ ବୋଲି ସେ ପ୍ରାର୍ଥନା କରିଥିଲେ।

ଏହା ସହିତ ସେ ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି, ସୁସ୍ଥତା ଓ ଦୀର୍ଘାୟୁ କାମନା କରି ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ, ହ୍ୱାଇଟ୍ ହାଉସ୍‌ରେ ଦୀପାବଳି ପାଳନର ପରମ୍ପରା ୨୦୦୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ଆରମ୍ଭ କରିଥିଲେ।

୨୦୦୯ରେ ବାରାକ୍ ଓବାମା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ହ୍ୱାଇଟ୍ ହାଉସ୍‌ର ଇଷ୍ଟ ରୁମ୍‌ରେ ଦୀପ ଜାଳିଥିଲେ।

ଏହାପରଠାରୁ ପ୍ରତିବର୍ଷ ହ୍ୱାଇଟ୍ ହାଉସ୍‌ର ବିଭିନ୍ନ ସ୍ଥାନରେ ଦୀପାବଳି ଉତ୍ସବ ପାଳନ କରାଯାଇଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।