Trump: ପେଟ୍ରୋଲ ବିକ୍ରେତାମାନେ ଦର କମାଇବା ଉଚିତ୍, ଯାହା ଠିକ୍ ତାହା କରନ୍ତୁ: ଚେତାବନୀ ଦେଲେ ଟ୍ରମ୍ପ

Jun 30, 2026 - 15:19
Trump: ପେଟ୍ରୋଲ ବିକ୍ରେତାମାନେ ଦର କମାଇବା ଉଚିତ୍, ଯାହା ଠିକ୍ ତାହା କରନ୍ତୁ: ଚେତାବନୀ ଦେଲେ ଟ୍ରମ୍ପ

"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ସେୟାର କରିଥିବା ଏକ ପୋଷ୍ଟରେ ଦେଶର ପେଟ୍ରୋଲ ଖୁଚୁରା ବ୍ୟବସାୟୀମାନଙ୍କୁ ତୁରନ୍ତ ମୂଲ୍ୟ ହ୍ରାସ କରିବାକୁ ଚେତାବନୀ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଅଶୋଧିତ ତୈଳ ମୂଲ୍ୟ ହ୍ରାସ ସତ୍ତ୍ୱେ ଜନସାଧାରଣ ଲାଭ ପାଉ ନାହାନ୍ତି।

ଏହାକୁ ବରଦାସ୍ତ କରାଯିବ ନାହିଁ।Advertisment Naomi Osaka: ୱିମ୍ବଲଡନ୍‌ରେ ଓସାକାଙ୍କ "କିଲ୍‌ ବିଲ୍" ଚର୍ଚ୍ଚା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି,ଅଶୋଧିତ ତେଲ ଏବେ ପ୍ରତି ବ୍ୟାରେଲ ୬୮ ଡଲାରରେ ପହଞ୍ଚିଛି ଏବଂ କ୍ରମାଗତ ହ୍ରାସ ପାଉଛି।

ଖୁଚୁରା ବ୍ୟବସାୟୀମାନେ ତୁରନ୍ତ ଏହାର ସମାଧାନ କରିବା ଉଚିତ୍ ଏବଂ ଯାହା ଠିକ୍ ତାହା କରିବା ଜରୁରୀ।

ଆମର ଆମେରିକୀୟ ଲୋକଙ୍କ ପାଇଁ ମୂଲ୍ୟ ହ୍ରାସ କରିବା ଉଚିତ୍।

ସମ୍ପୂର୍ଣ୍ଣ ବେଆଇନ ଟ୍ରମ୍ପ୍ କହିଛନ୍ତି, ଦର ମନଇଚ୍ଛା ବୃଦ୍ଧି କରାଯାଇପାରିବ ନାହିଁ।

ଏହା ସମ୍ପୂର୍ଣ୍ଣ ବେଆଇନ।

ଯଦି ବିକ୍ରେତାମାନେ ଏହା ନକରନ୍ତି, ତେବେ ଆଗକୁ ଗମ୍ଭୀର ସମସ୍ୟା ହୋଇପାରେ।

ପ୍ରତି ଗ୍ୟାଲନ ମୂଲ୍ୟକୁ ପ୍ରାୟ ୨.୫୦ ଡଲାରକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ।

କାଲିଫର୍ନିଆ ପେଟ୍ରୋଲ ଉପରେ ଏତେ ଉଚ୍ଚ ଟିକସ ଲଗାଇବା ଉଚିତ୍ ନୁହେଁ।

ଖୁବ୍ ଶୀଘ୍ର ଟିକସ ପେଟ୍ରୋଲର ମୂଲ୍ୟକୁ ଅତିକ୍ରମ କରିବ, ଏବଂ ଆମେରିକା ଏହାକୁ ସହ୍ୟ କରିପାରିବ ନାହିଁ।

କାଲିଫର୍ନିଆର ଲୋକମାନେ ମଧ୍ୟ ଅଯଥା ଟିକସ ଏବଂ ସେମାନଙ୍କ ନିଜସ୍ୱ ସରକାରଙ୍କ ଯୋଗୁଁ କଷ୍ଟ ପାଉଛନ୍ତି ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।