Turtle Smuggling Exposed: ପିପିଲି ଟୋଲଗେଟ୍‌ରେ ବଡ଼ ଧରପଗଡ଼, କାର୍‌ରୁ ମିଳିଲା ୨୩୦ କଇଁଛ

Nov 07, 2026 - 13:52
Turtle Smuggling Exposed: ପିପିଲି ଟୋଲଗେଟ୍‌ରେ ବଡ଼ ଧରପଗଡ଼, କାର୍‌ରୁ ମିଳିଲା ୨୩୦ କଇଁଛ

ପିପିଲି ଟୋଲଗେଟ୍ ନିକଟରୁ ୨୩୦ଟି କଇଁଛ ଉଦ୍ଧାର।

କାର୍ ଯୋଗେ ପୁରୀରୁ ପଶ୍ଚିମବଙ୍ଗର କୋଲକାତାକୁ ଚାଲାଣ ବେଳେ କଇଁଛଗୁଡ଼ିକୁ ଜବତ କରିଛି ପିପିଲି ପୋଲିସ।

ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

ତେବେ ପିପିଲି ଟୋଲଗେଟ୍ ନିକଟରେ ପୋଲିସର ଗାଡ଼ି ଯାଞ୍ଚ ବେଳେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ମାରୁତି ଡିଜାୟାର କାର୍ କୁ ଅଟକାଯାଇଥିଲା।

Advertisment ଯାଞ୍ଚ ସମୟରେ କାର୍ ଭିତରୁ ୮ଟି ବସ୍ତାରେ ଭର୍ତ୍ତି ୨୩୦ଟି କଇଁଛ ମିଳିଥିଲା।

ପରେ ଜବତ କଇଁଛଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରିଛି ପୋଲିସ।

ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପିପିଲି ପୋଲିସ।

ଏନେଇ ସୂଚନା ଦେଇଛନ୍ତି ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ।...

କାର୍ ରୁ ୨୩୦ କଇଁଛ ଉଦ୍ଧାର ପିପିଲି ଟୋଲଗେଟ୍ ନିକଟରୁ ୨୩୦ କଇଁଛ ଉଦ୍ଧାର କାର୍ ରେ ପୁରୀରୁ କୋଲକାତା ଚାଲାଣ କରାଯାଉଥିଲା ୨ ଚାଲାଣକରୀଙ୍କୁ ଅଟକ ରଖିଲା ପିପିଲି ପୋଲିସ ଜବତ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।