Tusker Carcass Recovered: ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

Sep 21, 2026 - 11:50
Tusker Carcass Recovered: ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

ସୁନ୍ଦରଗଡ଼ରେ ଦନ୍ତା ହାତୀର ମୃତ୍ୟୁ। ଗୁରୁଣ୍ଡିଆ ବ୍ଲକ୍ ଜରଡ଼ା ରେଞ୍ଜ୍ ମଜୁରୀଡିମା ସେକ୍ସନ୍ ର କେଲ ବିଟ୍ ଅଧୀନ ରାଇପୁରିଆ ରିଜର୍ଭ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀ ମରିଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଜରଡ଼ା ରେଞ୍ଜର ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଡିଏଫ୍ ଓଙ୍କୁ ଅବଗତ କରାଇଥିଲେ।

ଗତ କିଛି ଦିନ ଧରି ଅସୁସ୍ଥ ଥିଲା ଦନ୍ତା ହାତୀ। ଜଙ୍ଗଲରେ ତାର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିଲା। ତେବେ ଗତକାଲି ହାତୀର ମୃତ୍ୟୁ ଖବର ମିଳିବା ପରେ ଡିଏଫଓ, ଏସିଏଫ୍ ଓ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

ହାତୀର ମୃତଦେହ ଉଦ୍ଧାର 
ଜଙ୍ଗଲ ଭିତରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର 
ଗୁରୁଣ୍ଡିଆ ବ୍ଲକ୍ ରାଇପୁରିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର 
ହାତୀ ମରିଥିବା ନେଇ ବନ ବିଭାଗକୁ ଖବର ଦେଲେ ସ୍ଥାନୀୟ ଲୋକେ 
ଘଟଣାସ୍ଥଳରେ ପହଞ୍ଚିଲେ ଡିଏଫଓ, ଏସିଏଫଓ ରେଞ୍ଜର୍
ହାତୀ ମୃତ୍ୟୁର କାରଣ ଜାଣିବାକୁ ବନ ବିଭାଗର ତଦନ୍ତ 
ଗତ କିଛି ଦିନ ଧରି ଅସୁସ୍ଥ ଥିଲା ଦନ୍ତା ହାତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।