Twelve Drownings Reported Across Odisha: ଦିନକରେ ନଦୀ ଓ ପୋଖରୀରେ ବୁଡ଼ି ଓଡ଼ିଶାରେ ୧୨ ଜଣଙ୍କ ମୃତ୍ୟୁ
ଲୁହ ଭରିଦେଲା ଭସାଣ ଖୁସି । କାଳ ହେଲା ଭସାଣି ଯାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ ୧୨ ଜଣଙ୍କ ଲଲୀଳ ସମାଧୀ। ଜଗତସିଂହପୁରରେ ୪ ଜଣଙ୍କ ଜୀବନ ଯାଇଥିବବେଳେ ବୀରମିତ୍ରପୁରରେ ଚାଲିଯାଇଛି ୩ ନାବାଳିକାଙ୍କ ଜୀବନ। ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଗଣେଶ ଭସାଣି ବେଳେ ନଦୀରେ ବୁଡିଯାଇଥିଲେ ୪ ଯୁବକ । ଭାସିଯାଇଥିବା ସମସ୍ତ ଯୁବକ ସ୍ଥାନୀୟ ଅରଡ଼ା ଗାଁର ।
ସେହିପରି ସୁନ୍ଦରଗଡ଼ ବୀରମିତ୍ରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗଂଜାମ ଆସିକାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଗପହଣ୍ଡିରେ ଜଣକର ଜୀବନ ଯାଇଛି । ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ଦଶମନ୍ତପୁରରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୨ ଜଣଙ୍କର ମୃତ୍ୟୁ ଯୋଗୁ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୂର୍ତ୍ତି ବିସର୍ଜନ ବେଳେ ସତର୍କ ଓ ସଜାଗ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି ଅଗ୍ନିଶମ ବାହିନୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।