Two Bikers Killed ଟ୍ରାକ୍ଟର ପଛରେ ପିଟି ହେଲା ମୋଟରସାଇକଲ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
"ବିନିକା (ଅକ୍ଷୟ କୁମାର ପୁଜାହାରି): ଆଜି (ସୋମବାର) ସନ୍ଧ୍ୟାରେ ସୋନପୁର ବିନିକା ମୂଖ୍ୟରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇ ଦୁଇ ମୋଟରସାଇକଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମୃତକ ଦୁଇଜଣ ବିନିକା ଥାନା ଅଧୀନ ବାହୁପାଲି ଗାଁର ଗଣେଶ ନାୟକ (୨୦) ଓ ତାଲମୁଣ୍ଡାର ସରୋଜ ଭୋଇ (୨୭) ବୋଲି ଜଣାଯାଇଛି।
Advertisment Three Separate Bike Accidents ମୟୂରଭଞ୍ଜରେ ତିନି ପୃଥକ ବାଇକ ଦୁର୍ଘଟଣା, ବୃଦ୍ଧା ମୃତ, ପୁଲିସ କର୍ମଚାରୀଙ୍କ ସମେତ ୬ ଗୁରୁତର ସୂଚନାନୁସାରେ, ସୋନପୁର –ବିନିକା ମୂଖ୍ୟରାସ୍ତାରେ ଏକ କଳାପଲସର ମୋଟରସାଇକଲରେ ଗଣେଶ ଓ ସରୋଜ ନିଜ ଘରକୁ ଫେରୁଥିଲେ।
ବିନିକା ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରାକ୍ଟର ପଛପଟରେ ପିଟି ହୋଇଯାଇଥିଲେ।
ଆଖପାଖର ଲୋକମାନେ ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ।
ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Accident: ତାଞ୍ଜାନିଆରେ କାଠ ବୋଝେଇ ଟ୍ରକ୍ ସହିତ ଧକ୍କା ପରେ ଜଳିଗଲା ଯାତ୍ରୀବାହୀ ବସ୍ : ୨୮ ମୃତପରେ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକଲ ଓ ଟ୍ରାକ୍ଟରକୁ ଜବତ କରିଛନ୍ତି।
ଦୁଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।
ଏନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।