Two High-Speed Trains Collide: ଭୟଙ୍କର ରେଳ ଦୁର୍ଘଟଣା, ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କାରେ ୩୦ ମୃତ
ସ୍ପେନରେ ଭୟଙ୍କର ରେଳ ଦୁର୍ଘଟଣା।
ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ।
ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା ରହିଛି।
ସ୍ପେନର କେନ୍ଦ୍ରୀୟ ଟୋଲେଡୋ ପ୍ରଦେଶର ଉର୍ଦା ନିକଟରେ ଘଟିଛି ଏହି ଦୁର୍ଘଟଣା।
ସୂଚନା ଅନୁସାରେ, ଗୋଟିଏ ହାଇସ୍ପିଡ୍ ଟ୍ରେନ୍ ଅଟକି ରହିଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ଏହାକୁ ଧକ୍କା ଦେଇଥିଲା।
Advertisment ଫଳରେ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।
ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଆଞ୍ଚଳିକ ପ୍ରଶାସନର ଅଧିକାରୀ।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।
ଅନ୍ୟପଟେ, ଏହି ଦୁର୍ଘଟଣା ପରେ ମାଡ୍ରିଡ୍ ରୁ ସିଉଦାଦ୍ ରିଅଲ୍ ଓ ଆଣ୍ଡାଲୁସିଆକୁ ସଂଯୋଗ କରୁଥିବା ରେଳ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।
ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍।
ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଚାଲିଛି।
Advertisment ସ୍ପେନରେ ଟ୍ରେନ୍ ଧକ୍କା; ୩୦ ମୃତ ସ୍ପେନ୍ ରେ ଦୁଇ ଦ୍ରୁତଗ୍ରାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା; ୩୦ ମୃତ ସ୍ପେନର କେନ୍ଦ୍ରୀୟ ଟୋଲେଡୋ ପ୍ରଦେଶର ଉର୍ଦା ନିକଟରେ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା, ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଆଣ୍ଡାଲୁସିଆ ଓ ମାଦ୍ରିଦ୍ ମଧ୍ୟରେ ଥିବା ଟ୍ରାକରେ ଭୟାବହ ଦୁର୍ଘଟଣା ରେଳ ଦୁର୍ଘଟଣା ପରେ ରେଳ ସେବା ବନ୍ଦ, ଉଦ୍ଧାର କାର୍ଯ୍ୟ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।