Nayapalli: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ୩୦୦ରୁ ଅଧିକ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ

Oct 03, 2026 - 18:28
Nayapalli: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ୩୦୦ରୁ ଅଧିକ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ

"ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା।

ସ୍ପେଶାଲ ସ୍କ୍ୱାଡ୍ ଓ ନୟାପଲ୍ଲୀ ଥାନା ପୁଲିସର ମିଳିତ ଚଢ଼ଉରେ ଅଭିଯୁକ୍ତ ଧରାପଡିଛି | ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପ୍ରଦୀପ ପଣ୍ଡାଙ୍କ ୨୪ ବର୍ଷୀୟ ପୁଅ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା।

ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚାକେଇଶିଆଣି ଗ୍ରାମରେ ରହୁଥିଲା।Advertisment ମିଳିଥିବା ସୂଚନା ମୁତାବକ, ଏହି ମାମଲାର ତଦନ୍ତ ପାଇଁ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ସହ ବିପୁଳ ପରିମାଣର ବୈଷୟିକ ତଥ୍ୟ ବିଶ୍ଳେଷଣ କରି ଅଭିଯୁକ୍ତ ସନ୍ତୋଷକୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ।

ଆହୁରି ପଢନ୍ତୁ: Ind vs WI 3rd ODI: ୱେଷ୍ଟଇଣ୍ତିଜ୍‌ ଆଗରେ ୩୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ ଆଜି ଚନ୍ଦକା ଥାନା ଅଞ୍ଚଳରେ ଅଭିଯୁକ୍ତ ଲୁଚି ରହିଥିବା ଖବର ପାଇ ସ୍ପେଶାଲ ସ୍କ୍ୱାଡ୍ ଓ ନୟାପଲ୍ଲୀ ଥାନା ପୁଲିସ ମିଳିତ ଭାବେ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ।

ମାତ୍ର ଆତ୍ମଗୋପନ କରିଥିବା ଅଭିଯୁକ୍ତ ପୁଲିସ ଉପରକୁ ଆକ୍ରମଣାତ୍ମକ ହୋଇଉଠିଥିଲା।

ସେ ଏକ ସ୍କ୍ରୁ-ଡ୍ରାଇଭର ସାହାଯ୍ୟରେ ନୟାପଲ୍ଲୀ ଥାନାର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (SI)ଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା।

ନିଜ ଜୀବନ ବଞ୍ଚାଇବା ପାଇଁ ଏବଂ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ୨ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।

ଗୁଳିଟି ଅଭିଯୁକ୍ତର ଡାହାଣ ଗୋଡ଼ରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲା।

ଆହୁରି ପଢନ୍ତୁ: Earth Again Conference 2026: "ପୁନଶ୍ଚ ପୃଥିବୀ"ରେ ପରିବେଶ ବିଧାନସଭା ପୁଲିସ ସୂଚନା ଅନୁଯାୟୀ, ଗିରଫ ସନ୍ତୋଷ ଜଣେ ପେଶାଦାର ଅପରାଧୀ।

ଏହା ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଖଣ୍ଡଗିରି ଥାନା ଓ ତମାଣ୍ଡୋ ଥାନା ପୁଲିସ ଦ୍ୱାରା ସେ ଗିରଫ ହୋଇ ଜେଲ୍‌ଯାଇଥିଲା।

ପୁଲିସ ଅଭିଯୁକ୍ତକୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଉଲ୍ଲେଖ ଥାଉ କି, ରାଜଧାନୀର ହାଇପ୍ରୋଫାଇଲ ନୂଆପଲ୍ଲୀ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଦୁଷ୍କର୍ମ ଘଟିଥିଲା।

ଭଡ଼ାଘରେ ରହୁଥିବା ଜଣେ କର୍ମଜୀବୀ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ।

ଯୁବତୀଜଣକ ଏକା ଥିବା ସୁଯୋଗରେ ମୁଖାପିନ୍ଧିଥିବା ବନ୍ଧୁକଧାରୀ ଦୁର୍ବୃତ୍ତ ଜଣକ ଘର ଭିତରକୁ ଧସେଇ ପଶି ଏହି କାଣ୍ଡ ଭିଆଇଥିଲା।

ପୀଡ଼ିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ହାତଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିବା ପରେ ଖସି ପଳାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।