UCC: ବିବାହ, ଛାଡ଼ପତ୍ର, ହଲାଲା ଓ ଲିଭ୍-ଇନ୍ ସମ୍ପର୍କ ଉପରେ ଜନମତ ଲୋଡ଼ିଲେ ମହାରାଷ୍ଟ୍ର ସରକାର
"ମୁମ୍ବାଇ: ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।
ଏହାର ଚିଠା ପ୍ରସ୍ତୁତ କରିବାକୁ ଗଠିତ କମିଟି ଗୁରୁବାର ଏକ ସ୍ବତନ୍ତ୍ର ୱେବ୍ସାଇଟ୍ ଆରମ୍ଭ କରିଛି।
ଏଥିରେ ୩୭ଟି ପ୍ରଶ୍ନ ରଖାଯାଇ ସାଧାରଣ ଲୋକଙ୍କଠାରୁ ମତାମତ ଓ ପ୍ରସ୍ତାବ ଲୋଡ଼ାଯାଇଛି।
ବିବାହ, ଛାଡ଼ପତ୍ର, ସମ୍ପତ୍ତିରେ ଉତ୍ତରାଧିକାର ଏବଂ ଲିଭ୍-ଇନ୍ ସମ୍ପର୍କ ଭଳି ପ୍ରସଙ୍ଗ ଏହି ପ୍ରଶ୍ନାବଳୀରେ ସ୍ଥାନ ପାଇଛି।Advertisment କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପି କିମ୍ବା ଏନ୍ଡିଏ ଶାସିତ ୨୧ଟି ରାଜ୍ୟରେ ୨୦୨୯ ସୁଦ୍ଧା ୟୁସିସି ଲାଗୁ କରିବାର ସମୟସୀମା ଧାର୍ଯ୍ୟ କରିଥିବା କୁହାଯାଇଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଡିସେମ୍ବରରେ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଏ ସଂକ୍ରାନ୍ତ ବିଲ୍ ଆଗତ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି।
ମହାରାଷ୍ଟ୍ରରେ ୟୁସିସି ଲାଗୁ କରିବାକୁ ଲୋକେ ସମର୍ଥନ କରୁଛନ୍ତି କି ନାହିଁ, ଧାର୍ମିକ ସ୍ବାଧୀନତାର ଅଧିକାରକୁ ଅକ୍ଷୁଣ୍ଣ ରଖି ଏହା ଲାଗୁ କରାଯାଇପାରିବ କି ନାହିଁ ଏବଂ ଏହାଦ୍ବାରା ଆଇନଗତ ବିବାଦ କମିବ କି ନାହିଁ, ସେ ସମ୍ପର୍କରେ ପ୍ରଶ୍ନ ରହିଛି।
ବିକଳ୍ପ ବାଛିବେ ଉତ୍ତରଦାଦାଉତ୍ତରଦାତାମାନେ "ହଁ", "ନା" କିମ୍ବା "କୌଣସି ମତ ନାହିଁ" ମଧ୍ୟରୁ ଗୋଟିଏ ବିକଳ୍ପ ବାଛିପାରିବେ।
ଏକାଧିକ ବିବାହକୁ ଅନୁମତି ଦିଆଯିବା ଉଚିତ କି, ପାରମ୍ପରିକ ରୀତିନୀତି ଓ ଧାର୍ମିକ ବିବାହ ପ୍ରଥାକୁ ଅକ୍ଷୁଣ୍ଣ ରଖାଯିବା ଉଚିତ କି ଏବଂ କେଉଁ ସମ୍ପର୍କ ମଧ୍ୟରେ ବିବାହ ନିଷିଦ୍ଧ ହେବା ଦରକାର, ସେ ନେଇ ମଧ୍ୟ ମତାମତ ମଗାଯାଇଛି।
ଲିଭ୍-ଇନ୍ ସମ୍ପର୍କ ଆରମ୍ଭ ଓ ଶେଷ କରିବା ସମୟରେ ପଞ୍ଜୀକରଣ ବାଧ୍ୟତାମୂଳକ ହେବା ଉଚିତ କି ନାହିଁ, ତାହା ମଧ୍ୟ ପ୍ରଶ୍ନାବଳୀରେ ରହିଛି।
ଏକାଧିକ ବିବାହ ସହ ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ହଲାଲା ପ୍ରଥା ସମ୍ପର୍କରେ ମଧ୍ୟ ମତ ଲୋଡ଼ାଯାଇଛି।
UCC: ବିହାରରେ କୌଣସି ମୂଲ୍ୟରେ ଲାଗୁ ହେବ ନାହିଁ ୟୁସିସି: ଶ୍ୟାମ ରଜକ ନଭେମ୍ବର ୧୫ ପୂର୍ବରୁ ଦେଇପାରିବେ ମତସାଧାରଣ ଲୋକ ଓ ସଂଗଠନଗୁଡ଼ିକ ନଭେମ୍ବର ୧୫ ପର୍ଯ୍ୟନ୍ତ ୱେବ୍ସାଇଟ୍ରେ ନିଜର ମତାମତ ଓ ବିସ୍ତୃତ ପ୍ରସ୍ତାବ ଦେଇପାରିବେ।
ଏହା ସହିତ କମିଟି ସାରା ରାଜ୍ୟରେ ସାଧାରଣ ଶୁଣାଣି ମଧ୍ୟ କରିବ।
ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରୁଛି।
ଏଥିରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍ଜି ମେହେରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ଡିକେ ଜୈନ, ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ବୀରେନ୍ଦ୍ର ସରାଫ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ସାମାଜିକ କର୍ମୀ ରମେଶ ପତଙ୍ଗେ, ଶିକ୍ଷାବିତ୍ ସୁବର୍ଣ୍ଣା ରାୱଲ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂହ ସଦସ୍ୟ ଅଛନ୍ତି।
ଉତ୍ତରାଖଣ୍ଡରେ ପୂର୍ବରୁ ୟୁସିସି ଲାଗୁ ହୋଇସାରିଛି।
ଚଳିତ ବର୍ଷ ଗୁଜରାଟ, ଆସାମ ଓ ମଧ୍ୟପ୍ରଦେଶ ବିଧାନସଭାରେ ମଧ୍ୟ ଏ ସଂକ୍ରାନ୍ତ ବିଲ୍ ପାରିତ ହୋଇଛି।
ଗୁଜରାଟ ଓ ଆସାମର ବିଲ୍କୁ ଚଳିତ ମାସ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।