UCO Bank: ୟୁକୋ ବ୍ୟାଙ୍କରେ ଚାକିରି ସୁଯୋଗ
"ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଚାକିରି ପାଇବାକୁ ଚାହୁଁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଖୁସି ଖବର।
ୟୁକୋ ବ୍ୟାଙ୍କ ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ପଦବି ପାଇଁ ନିଯୁକ୍ତି ଘୋଷଣା କରାଯାଇଛି।
ଆବେଦନର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୧୮ ରହିଛି।Advertisment କିଏ କରିପାରିବେ ଅଂଶଗ୍ରହଣ ଏହି ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ପ୍ରାର୍ଥୀମାନଙ୍କ ପାଖରେ ସ୍ନାତକ, ବିଇ/ବିଟେକ, ସିଏ, ଆଇଟି, ସିଏସ, ଏଆଇ ଏବଂ ଏମଏଲ, ଡାଟା ସାଇନ୍ସ, ଏମସିଏ, ଏମଟେକ, ଏମଏସସିର ସାର୍ଟିଫିକେଟ ରହିଥିବା ଆବଶ୍ୟକ।
ଏହା ସହିତ ପ୍ରାର୍ଥୀଙ୍କ ବୟସ ୨୫ ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଗୁଡ଼ିକୁ ବୟସ ଛାଡ଼ ପ୍ରଦାନ କରାଯିବ।
ଆବେଦନ ଶୁଳ୍କ ସାଧାରଣ, ଓବିସି ଏବଂ ଇଡବ୍ଲୁଏସ ବର୍ଗର ପ୍ରାର୍ଥୀମାନଙ୍କୁ ୮୫୦ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।
ଏହି କ୍ରମରେ ଏସସି, ଏସଟି, ପିଏଚ ଏବଂ ମହିଳା ପ୍ରାର୍ଥୀମାନଙ୍କୁ ୧୭୫ ଟଙ୍କାର ଶୁଳ୍କ ରାଣି ରହିଛି।
ଏହି ଶୁଳ୍କ ଅନଲାଇନରେ ପୈଠ କରାଯାଇପାରିବ।
ଅନଲାଇନ୍ ଫର୍ମ କିପରି କରିବେ ପୂରଣ କରିବେ ୟୁକୋ ବ୍ୟାଙ୍କ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ୨୦୨୬ ଆବେଦନ ଫର୍ମ ପୂରଣ କରିବାକୁ ସରକାରୀ ପୋର୍ଟାଲ୍ onlineappl.ucoonline.bank.in/SPE_RCER/ୱେବସାଇଟର ହୋମପେଜକୁ ଯାଇ ନୂତନ ପଞ୍ଜିକରଣ ପାଇଁ କ୍ଲିକ୍ କରି ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ କରନ୍ତୁ।
ବଚସାରୁ ଛୁରି ମରାମାରି: ରେଳବାଇ କର୍ମଚାରୀ ମୃତ, ଆଉ ଜଣେ ସାଙ୍ଗ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।