Buffalo On Bike: କ୍ଷୀର ବିତରଣ ପାଇଁ ବାଇକରେ ମାଲିକ ସହ ବୁଲୁଛି ମଇଁଷି
"ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଉକ୍ତ ଭିଡିଓରେ ଜଣେ ବାଇକ ଚଲାଉଥିବା ବେଳେ ଅନ୍ୟ ଜଣେ ପଛରେ ବସିଛନ୍ତି।
ଦୁହିଁଙ୍କ ମଝିରେ ଏକ ମଇଁଷି ବସିଥିବା ଦେଖିବାକୁ ମିଳୁଛି।
ଉକ୍ତ ବାଇକ ପଛରେ ଯାଉଥିବା ଅନ୍ୟ ଯାତ୍ରୀ ଏହି ଦୃଶ୍ୟକୁ କ୍ୟାମେରାରେ କୈଦ କରିଥିଲେ।
ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ଭାଇରାଲ ହୋଇଯାଇଛି।
Advertisment India is not for beginners.....🤣🤣 pic.twitter.com/NVc6TSTK5h — Varsha (@Pahadi_Varsha) September 1, 2026 ମଜାଦାର ପ୍ରତିକ୍ରିୟା ଦେଲେ ୟୁଜର ଭିଡିଓକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଜାଦାର କମେଣ୍ଟ କରିଛନ୍ତି।
କେହି ଏହାକୁ “ଜୁଗାଡ଼ ହିଁ ଜୀବନ” ବୋଲି କହିଥିବା ବେଳେ ଆଉ କେହି “ଜୁଗାଡ଼ୁ ଭାରତ” ବୋଲି ଲେଖିଛନ୍ତି।
ବାଇକ୍ ଏତେ ଓଜନ ବୋହି କିପରି ଭାରସାମ୍ୟ ରକ୍ଷା କରୁଛି ବୋଲି କିଛିଲୋକ ପ୍ରତିକ୍ରିୟା ଦେଇଛନ୍ତି।
୧୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଅଭିଯୁକ୍ତ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।