02 SEPTEMBER 2026

Welcome!

Unlock your personalized experience.
Sign Up

Ukraine Attack: ରୁଷର ତୈଳ ଡିପୋ, ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ

Jul 09, 2026 - 16:07
Ukraine Attack: ରୁଷର ତୈଳ ଡିପୋ, ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ

କିଭ୍: ୟୁକ୍ରେନ ପକ୍ଷରୁ ରୁଷର ଇନ୍ଧନ ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରହିଛି। ୟୁକ୍ରେନର ଡ୍ରୋନ୍ ରୁଷର ତୈଳ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ସହ ଆଜୋଭ ସାଗରରେ ଦୁଇଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ କରିଛି। ତୈଳ ଟ୍ୟାଙ୍କରଗୁଡିକରେ ନିଆଁ ଲାଗି ଯାଇଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ରାତିସାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି। ପଶ୍ଚିମ ରୁଷ ସହର ଟଭରରେ ଏକ ତୈଳ ଡିପୋରେ ଗୁରୁବାର ସକାଳେ ଏକ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଛି ବୋଲି କାର୍ଯ୍ୟକାରୀ ଆଞ୍ଚଳିକ ରାଜ୍ୟପାଳ ଭିଟାଲି କୋରୋଲିଓଭ କହିଛନ୍ତି।

ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ ପାଇଁ ଲାଇସେନ୍ସ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଏହି ଆକ୍ରମଣ ହୋଇଛି। ତୁର୍କିରେ ନାଟୋ ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଏକ ବୈଠକ ସମୟରେ ସେ ଏହି ଘୋଷଣା କରିଥିଲେ। ୟୁକ୍ରେନ ପକ୍ଷରୁ ତୈଳ ବିଶୋଧନାଗାର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁଁ ରୁଷରେ ଇନ୍ଧନ ସଙ୍କଟ ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଅଭାବ ଏବଂ ଇନ୍ଧନ ଅଭାବ ଥିବା ରିପୋର୍ଟ ହୋଇଛି। ଲୋକେ ଟାଙ୍କି ପୂରଣ କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି।

ଦୁଇଟି ତେଲ ଟ୍ୟାଙ୍କରରେ ନିଆଁ

ଦକ୍ଷିଣ ଷ୍ଟାଭ୍ରୋପୋଲ ଅଞ୍ଚଳରେ, ରାଜ୍ୟପାଳ ଭ୍ଲାଦିମିର ଭ୍ଲାଦିମିରଭ କହିଛନ୍ତି ଯେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମରରେ ଭୟାଜନିକିରେ ଏକ ତୈଳ ଭଣ୍ଡାର ପୋଡ଼ି ଯାଇଛି। ସେ କହିଛନ୍ତି ଯେ ନିଆଁ ବ୍ୟାପିବା ପରେ କର୍ତ୍ତୃପକ୍ଷ ଏହା ଆଖପାଖରେ ଥିବା ଅନେକ ଆପାର୍ଟମେଣ୍ଟର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରୋସ୍ତଭ ରାଜ୍ୟପାଳ ୟୁରି ସ୍ଲୁସାରଙ୍କ ଅନୁଯାୟୀ, ଆଜୋଭ ସାଗରରେ ୟୁକ୍ରେନୀୟ ଡ୍ରୋନ୍ ଦୁଇଟି ତେଲ ଟ୍ୟାଙ୍କରରେ ନିଆଁ ଲଗାଇ ଦେଇଛି। ଗୋଟିଏ ଜାହାଜ ଏବେ ବି ଜଳୁଛି ଏବଂ କର୍ମଚାରୀମାନଙ୍କୁ ଖାଲି କରାଯାଇଛି।

Odisha EV Sales: ଇଭି କିଣିବାରେ ଓଡ଼ିଶା ଆଗରେ

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମର ବାୟୁ ପ୍ରତିରକ୍ଷା ବୁଧବାର ବିଳମ୍ବିତ ରାତି ଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୭୩ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଛି। ୟୁକ୍ରେନର ବାୟୁସେନା କହିଛି ଯେ, ରୁଷ ରାତିସାରା ୟୁକ୍ରେନ ଉପରେ ୯୪ଟି ଦୂରଗାମୀ ଷ୍ଟ୍ରାଇକ୍ ଡ୍ରୋନ୍ ଏବଂ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ୭୨ଟି ଡ୍ରୋନ୍‌କୁ ଅଟକା ଯାଇଛି। ତେବେ ବ୯ଟି ଡ୍ରୋନ ଏବଂ ଉଭୟ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରି ୧୩ଟି ସ୍ଥାନକୁ କ୍ଷତି ପହଞ୍ଚାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।