Union Bank Robbery ମାନଗୋବିନ୍ଦପୁର ୟୁନିୟନ ବ୍ୟାଙ୍କଲୁଟ୍‌ ଘଟଣା: ନାବାଳକ ସମେତ ୬ ଅଭି‌ଯୁକ୍ତଙ୍କୁ କୋର୍ଟ ଚାଲାଣ

Sep 16, 2026 - 19:38
Union Bank Robbery ମାନଗୋବିନ୍ଦପୁର ୟୁନିୟନ ବ୍ୟାଙ୍କଲୁଟ୍‌ ଘଟଣା: ନାବାଳକ ସମେତ ୬ ଅଭି‌ଯୁକ୍ତଙ୍କୁ କୋର୍ଟ ଚାଲାଣ

"ବୈଶିଙ୍ଗା (ଦୀପକ କୁମାର ସିଂହ):  ମୟୂରଭଞ୍ଜ ଜିଲ୍ଲା ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କରେ ୧୪ତାରିଖ ପ୍ରାୟ ୨ଟା ସମୟରେ ଘଟିଥିଲା ଲୁଟ୍‌ ଘଟଣାରେ ଧରାପଡ଼ିଥିବା ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟତମ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ୍‌ ଜଣ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି।

Advertisment ଆଜି (ବୁଧବାର) ଘଟଣା ସମ୍ପର୍କରେ ପୁଲିସ ଅଭିଯୁକ୍ତଙ୍କ ଯୋଜନା ଓ ଧରାପଡ଼ିଥିବା ୭ ଅଭିଯୁକ୍ତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛି।

Attempting Bank Robbery ବ୍ୟାଙ୍କ ଲୁଟ୍‌ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ ସୂଚନାନୁସାରେ, ପୁଲିସକୁ ଦେଖି ଅଭିଯୁକ୍ତମାନେ ଏକ କାର୍‌ରେ ଘଟଣାସ୍ଥଳରୁ ଖସିବାକୁ ଉଦ୍ୟମ କରିଥିଲେ।

ଏହାପରେ ମାଣତ୍ରୀ–ବୈଶିଙ୍ଗା ଛକ ନିକଟରେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ଅଭିଯୁକ୍ତମାନଙ୍କ ନିକଟରୁ ପଶ୍ଚିମବଙ୍ଗ ନମ୍ବର ଥିବା ଗୋଟିଏ କାର୍‌, ମୋବାଇଲ୍‌ ଫୋନ୍‌, ଲୁହା ଚେନ୍‌ ଓ କଟର୍‌ ଜବତ କରାଯାଇଛି।

ବ୍ୟାଙ୍କ କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ବୈଶିଙ୍ଗା ଥାନାରେ ନଂ ୪୭୪/୨୦୨୬ରେ ମାମଲା ରୁଜୁ ହୋଇଛି।

The manager: ସାହସ ଦେଖାଇଲେ ମ୍ୟାନେଜର୍‌: ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ସେମାନେ ହେଲେ, ରେମୁଣା ଥାନା ଅଞ୍ଚଳ ଗୋବିନ୍ଦପୁର ମୁଖୁରାର ବାବୁ ଜେନା ଓରଫ ଲକ୍ଷ୍ମଣ (୨୭), ଆରାମଳା କଣ୍ଟାବଣିଆର ସଞ୍ଜୟ ଜେନା ଓରଫ ଗେନ୍ଥୁ (୨୪), ଯୋଡ଼ିଗୋହରୀର ଦିଲୀପ ଦଳେଇ ଓରଫ କାଲୁ (୨୬), ରଶ୍ମିରଞ୍ଜନ ଦଳେଇ ଓରଫ ଦେବା (୨୫), ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳ ବାଲିଆ ଆଦିବାସୀ ସାହିର ରେପୋ ସିଂହ ଓରଫ ଟିକି (୧୯), ସହଦେବଖୁଣ୍ଟା ଥାନା ଅଞ୍ଚଳ ବାଲିଆ ସମ୍ବଲପୁରର ଜିତେନ୍ଦ୍ର ବେହେରା ଓରଫ ବାପି (୩୦)।

ଏହାସହ ପ୍ରାୟ ୧୭ ବର୍ଷ ବୟସର ଜଣେ ନାବାଳକ ମଧ୍ୟ ଧରାପଡ଼ିଛି।

Armed Robbers ରାତି ଅଧରେ ଘରେ ପଶିଲେ, ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କାଗହଣା ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର କାରଣରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l ସେହିଭଳି ନାବାଳକଙ୍କୁ ଆଇନ ଅନୁଯାୟୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନିକଟରେ ହାଜର କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ, ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।