Union Minister: ଚିରାଗ ପାସୱାନଙ୍କୁ କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀ

Sep 30, 2026 - 11:39
Union Minister: ଚିରାଗ ପାସୱାନଙ୍କୁ କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀ

"ପାଟନା: ବିହାରରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ନେଇ ମୁଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀ।

ସେ କହିଛନ୍ତି, ଆଗ ଅପେକ୍ଷା ବିହାର ମହିଳାଙ୍କ ପାଇଁ ଅଧିକ ସୁରକ୍ଷିତ।

ନିକଟରେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ବିହାର ସରକାରର ଅଂଶ ହୋଇଥିବା ସତ୍ତ୍ୱେ ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ନିଜର ଲଜ୍ଜା ପ୍ରକାଶ କରିଥିଲେ।

ଚିରାଗଙ୍କ ଏହି ଆକ୍ରମଣାତ୍ମକ ବୟାନ ଉପରେ ଏବେ ହମ୍‌ ପାର୍ଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଜିତନ ରାମ ମାଝୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଚିରାଗ ପାସୱାନ ସରକାରର ଅଂଶ ହୋଇଥିବାରୁ ଲଜ୍ଜିତ ଅନୁଭବ କରୁଛନ୍ତି, ତେବେ କେବଳ ବୟାନବାଜି ନକରି ଆଗକୁ ଆସି ଠୋସ୍‌ ପଦକ୍ଷେପ ନେବା ଉଚିତ।Advertisment ଏହି ସରକାରର ଅଂଶ ହୋଇଥିବାରୁ ଗର୍ବିତ ଅନୁଭବ କରୁଛନ୍ତି ଜିତନ ରାମ ମାଝୀ ଚିରାଗ ପାସୱାନଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଏଭଳି ବୟାନ ଦେଉଥିବା ଲୋକମାନେ ଏନେଇ ଚିନ୍ତା କରିବା ଉଚିତ।

ସେ କହିଛନ୍ତି, ଯେଉଁମାନେ ଏହି ସରକାରର ଅଂଶ ହୋଇ ନିଜକୁ ବହୁତ ଲଜ୍ଜିତ ଅନୁଭବ କରୁଛନ୍ତି, ସେମାନେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଆଗକୁ ଆସିବା ଉଚିତ।

ଶ୍ରୀ ମାଝୀ ଦାବି କରିଛନ୍ତି ଯେ, ସେ ନିଜେ ଏହି ସରକାରର ଅଂଶ ହୋଇଥିବାରୁ ଗର୍ବିତ ଅନୁଭବ କରୁଛନ୍ତି।

ତାଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ଆଇନଶୃଙ୍ଖଳା, ବିକାଶ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି।

ଜିତନ ରାମ ମାଝୀ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରା ଏବଂ ଅପରାଧ ନିୟନ୍ତ୍ରଣର ପଦ୍ଧତିକୁ ନେଇ ନିଜର ମତ ଖୋଲାଖୋଲି ଭାବେ ରଖିଛନ୍ତି।

ମାଝୀ ସମ୍ରାଟ ଚୌଧୁରୀଙ୍କୁ ଜଣେ ଦୃଢ଼ ଓ ଯୁବ ମୁଖ୍ୟମନ୍ତ୍ରୀ ଭାବେ ବର୍ଣ୍ଣନା କରି ତ୍ୱରିତ ପଦକ୍ଷେପ ନେଉଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ୧୯୮୦ ମସିହାରୁ ବିଧାୟକ ରହିଆସିଥିବା ସମୟ ମଧ୍ୟରେ ଅପରାଧୀଙ୍କ ବିରୋଧରେ "ଅପରେସନ୍ ଲଙ୍ଗଡ଼ା" ଭଳି କଠୋର କାର୍ଯ୍ୟାନୁଷ୍ଠାନ ହେଉଥିବା ସେ କେବେ ଦେଖିନଥିଲେ।

ଅତୀତକୁ ମନେ ପକାଇ ସେ କହିଛନ୍ତି ଯେ, ଏକ ସମୟରେ ଅପରାଧୀମାନଙ୍କୁ ଡାକି ଆପୋସ ବୁଝାମଣା କରାଯାଉଥିଲା।

କିନ୍ତୁ ଏବେ ଅପରାଧୀଙ୍କୁ କୌଣସି ପ୍ରକାରର ଛାଡ଼ ଦିଆଯାଉନାହିଁ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଏବଂ ବିହାରରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ "ଡବଲ୍ ଇଞ୍ଜିନ୍" ସରକାର ସବୁ କ୍ଷେତ୍ରରେ ଦୃଢ଼ତାର ସହ କାମ କରୁଛି।

Hospitalised: ଆୟକର ବିଭାଗର ଚଢ଼ଉ ଖବର ପାଇ ଲଣ୍ଡନରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜଣାଶୁଣା ପ୍ରଯୋଜକ ବାସୁ ଭଗନାନୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।