ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ
ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏଭଳି ଦାବି କରାଯାଉଛି ଯେ, ଇ-କେୱାଇସି ନ କଲେ ୧ ଅକ୍ଟୋବର ୨୦୨୬ରୁ ରନ୍ଧନ ଗ୍ୟାସ ସଂଯୋଗ (ଗ୍ୟାସ କନେକ୍ସନ) ବନ୍ଦ ହୋଇଯିବ। ତେବେ ଏହି ଦାବି ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଇ-କେୱାଇସି ନ କଲେ ମଧ୍ୟ କୌଣସି ଏଲପିଜି ଉପଭୋକ୍ତାଙ୍କ ଗ୍ୟାସ ସଂଯୋଗ ବାତିଲ କିମ୍ୱା ବନ୍ଦ କରାଯିବ ନାହିଁ।
ବାସ୍ତବରେ, ଅକ୍ଟୋବର ୧ ତାରିଖରୁ ଇ-କେୱାଇସି କରିନଥିବା ଉପଭୋକ୍ତାଙ୍କ ସରକାରୀ ସବସିଡି ବନ୍ଦ କରିଦିଆଯିବ। ଅର୍ଥାତ ଅକ୍ଟୋବର ୧ ପରେ ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେମାନଙ୍କୁ ବଜାର ଦରରେ ଏଲପିଜି ସିଲିଣ୍ଡର କିଣିବାକୁ ପଡ଼ିବ। ଇଣ୍ଡେନ, ଭାରତ ଗ୍ୟାସ, ଏଚପି ଗ୍ୟାସ ଭଳି ତୈଳ କମ୍ପାନୀ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ନିୟମ ଅନୁସାରେ, ଇ-କେୱାଇସି ନ କଲେ କୌଣସି ଉପଭୋକ୍ତାଙ୍କ ଗ୍ୟାସ କନେକ୍ସନ ବାତିଲ କିମ୍ୱା ବନ୍ଦ ହେବ ନାହିଁ। ଜାଣନ୍ତୁ ଇ-କେୱାଇସି ନ ହେଲେ କ’ଣ ସବୁ ପରିବର୍ତ୍ତନ ହେବ ଏବଂ ଘରେ ବସି ମୋବାଇଲ ଆପ କିମ୍ୱା ଡେଲିଭରି ମ୍ୟାନଙ୍କ ଜରିଆରେ କିପରି ସହଜରେ ଇ-କେୱାଇସି ସମ୍ପୂର୍ଣ୍ଣ କରିବେ।
ଅକ୍ଟୋବର ୧ରୁ e-KYC ନ ହେଲେ କ’ଣ ପ୍ରଭାବ ପଡ଼ିବ?
ଯେଉଁ ଉପଭୋକ୍ତାମାନେ ଠିକ ସମୟରେ ଇ-କେୱାଇସି କରିବେ ନାହିଁ, ସେମାନଙ୍କୁ ସିଲିଣ୍ଡର ପିଛା ମିଳୁଥିବା ପ୍ରାୟ ୨୧୦ ଟଙ୍କାର ସରକାରୀ ସବସିଡି ସୁବିଧା ଅକ୍ଟୋବର ୧ରୁ ମିଳିବ ନାହିଁ।
ସବସିଡି ବନ୍ଦ ହେବା ପରେ ଆପଣଙ୍କୁ ବିନା ସବସିଡିରେ ବଜାର ଦରରେ ସିଲିଣ୍ଡର କିଣିବାକୁ ହେବ, ଯାହାଦ୍ୱାରା ରୋଷେଇ ବଜେଟ ଉପରେ ଚାପ ପଡ଼ିପାରେ।
ଆପଣଙ୍କ ଗ୍ୟାସ ସଂଯୋଗ ଚାଲୁ ରହିବ। ଯେତେବେଳେ ହିଁ ଆପଣ ନିଜର ବାୟୋମେଟ୍ରିକ ଯାଞ୍ଚ ସମ୍ପୂର୍ଣ୍ଣ କରିନେବେ, ଆପଣଙ୍କୁ ପୁଣିଥରେ ସବସିଡି ଦରରେ ସିଲିଣ୍ଡର ମିଳିବା ଆରମ୍ଭ ହୋଇଯିବ।
ଯେଉଁ ଉପଭୋକ୍ତାମାନେ ପୂର୍ୱରୁ ହିଁ ନିଜର ବାୟୋମେଟ୍ରିକ ଇ-କେୱାଇସି କରାଇ ସାରିଛନ୍ତି, ସେମାନଙ୍କୁ ଏହି ପ୍ରକ୍ରିୟା ପୁନର୍ୱାର କରିବାର କୌଣସି ଆବଶ୍ୟକତା ନାହିଁ।
ଘରେ ବସି ମୋବାଇଲରୁ ୨ ମିନିଟରେ ଏପରି କରନ୍ତୁ ଇ-କେୱାଇସି
ଗ୍ୟାସ କମ୍ପାନୀର ମୋବାଇଲ ଆପ ଜରିଆରେ e-KYC କରନ୍ତୁ:
୧. ପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରରୁ Aadhaar FaceRDଆପ ଡାଉନଲୋଡ କରନ୍ତୁ।
୨. ଆପଣଙ୍କ ଗ୍ୟାସ କମ୍ପାନୀର ଅଫିସିଆଲ ଆପ ଇନଷ୍ଟଲ କରନ୍ତୁ:
ଇଣ୍ଡେନ ଗ୍ୟାସ: IndianOil ONE ଆପ
ଭାରତ ଗ୍ୟାସ: Hello BPCL ଆପ
ଏଚପି ଗ୍ୟାସ: HP PAY ଆପ
ଗ୍ୟାସ କନେକ୍ସନ ସହ ଲିଙ୍କ ଥିବା ମୋବାଇଲ ନମ୍ୱର ଦ୍ୱାରା ଆପରେ ସାଇନ-ଇନ (Sign-in) କିମ୍ୱା ପଞ୍ଜୀକରଣ (Registration) କରନ୍ତୁ।
ଆପର ମୁଖ୍ୟ ମେନୁ କିମ୍ୱା ଏଲପିଜି ସର୍ଭିସେସ ବିଭାଗକୁ ଯାଇ ‘ଇ-କେୱାଇସି ସମ୍ପୂର୍ଣ୍ଣ କରନ୍ତୁ’ କିମ୍ୱା ’ଆଧାର ପ୍ରମାଣୀକରଣ’ (Aadhaar Authentication) ବିକଳ୍ପକୁ ବାଛନ୍ତୁ।
ଆଧାର ଫେସ ଅଥେଣ୍ଟିକେସନ’ ବିକଳ୍ପ ଉପରେ ଟ୍ୟାପ କରନ୍ତୁ। ଏହା ଆପଣଙ୍କୁ ସିଧାସଳଖ Aadhaar FaceRD ଆପ କୁ ନେଇଯିବ।
ଫୋନର କ୍ୟାମେରାକୁ ମୁହଁ ସାମ୍ନାରେ ରଖନ୍ତୁ। ମନେରଖନ୍ତୁ ମୁହଁରେ ଚଷମା କିମ୍ୱା ଟୋପି ଯେପରି ନ ଥିବ। ସ୍କ୍ରିନରେ ଦେଖାଯାଉଥିବା ନିର୍ଦ୍ଦେଶ ଅନୁସାରେ ଆଖି ପିଛୁଳା ପକାନ୍ତୁ।
* ମୁହଁ ସଠିକ ଭାବେ ସ୍କାନ ହେବା ମାତ୍ରେ ସ୍କ୍ରିନରେ “ଇ-କେୱାଇସି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି” ବୋଲି ମେସେଜ ଦେଖାଯିବ, ଯାହାର ଅର୍ଥ ଆପଣଙ୍କର ପ୍ରକ୍ରିୟା ଶେଷ ହୋଇଯାଇଛି।
ଯେତେବେଳେ ଘରକୁ ସିଲିଣ୍ଡର ଡେଲିଭରି ଆସିବ, ଆପଣ ଡେଲିଭରି ବୟଙ୍କ ପାଖରେ ଥିବା ପିଓଏସ (POS) ମେସିନ କିମ୍ୱା ମୋବାଇଲ ଆପ ମାଧ୍ୟମରେ ଆଙ୍ଗୁଠି ଚିହ୍ନ (Fingerprint) ଦେଇ ତୁରନ୍ତ ଇ-କେୱାଇସି କରାଇପାରିବେ।
ଆପଣ ନିଜ ଅଞ୍ଚଳର ଗ୍ୟାସ ଏଜେନ୍ସି ଶୋ’ରୁମକୁ ଆଧାର କାର୍ଡ ନେଇ ଯାଇପାରିବେ, ଯେଉଁଠାରେ କୌଣସି ଦେୟ ବିନା (ମାଗଣାରେ) ବାୟୋମେଟ୍ରିକ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ଆପଣଙ୍କର ଇ-କେୱାଇସି କରିଦିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।