UP: ୟୁପିରେ ବିଜେପିର ୧୨୫ରୁ ୧୨୮ ବିଧାୟକଙ୍କ ଟିକଟ କଟିପାରେ, ଦଳୀୟ ସର୍ଭେ ରିପୋର୍ଟରେ ବଢ଼ିଲା ଚିନ୍ତା

Sep 09, 2026 - 21:33
UP: ୟୁପିରେ ବିଜେପିର ୧୨୫ରୁ ୧୨୮ ବିଧାୟକଙ୍କ ଟିକଟ କଟିପାରେ, ଦଳୀୟ ସର୍ଭେ ରିପୋର୍ଟରେ ବଢ଼ିଲା ଚିନ୍ତା

"ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଭିତରେ ଟିକଟ କଟା ନେଇ ଆଲୋଚନା ଜୋର ଧରିଛି।

ଦଳର ଗୋପନୀୟ ଓ ବହୁସ୍ତରୀୟ ଆଭ୍ୟନ୍ତରୀଣ ସର୍ଭେରେ ପ୍ରାୟ ୧୨୫ରୁ ୧୨୮ ଜଣ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ତୀବ୍ର ଜନଅସନ୍ତୋଷ ଥିବା ଜଣାପଡ଼ିଛି।

ତେଣୁ ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକଙ୍କ ଟିକଟ କଟିବା ଏବଂ ସେମାନଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯିବାର ସମ୍ଭାବନା ରହିଛି।

ଏହି ସର୍ଭେ ୪୦୩ଟି ଯାକ ବିଧାନସଭା ଆସନରେ କରାଯାଇଥିବା ରିପୋର୍ଟରେ କୁହାଯାଇଛି।Advertisment ବିଜେପିର ଏହି ପଦକ୍ଷେପ ପଛରେ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଏକ ବଡ଼ କାରଣ ବୋଲି କୁହାଯାଉଛି।

ଉତ୍ତରପ୍ରଦେଶରେ ଦଳକୁ ଲୋକସଭା ନିର୍ବାଚନରେ ଲାଗିଥିବା ଝଟକାରୁ ଶିକ୍ଷା ନେଇ ଏଥର ପ୍ରାର୍ଥୀ ଚୟନରେ ସ୍ଥାନୀୟ ଲୋକଙ୍କ ମତ, ବିଧାୟକଙ୍କ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

ବର୍ତ୍ତମାନ ବିଜେପିର ୨୫୫ ଜଣ ବିଧାୟକ ଅଛନ୍ତି।

ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ନେତାଙ୍କ ଟିକଟ କଟିପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି।

ଆହୁରି ପଢନ୍ତୁ: RSP Officer Attacked ଜବରଦଖଲ ଉଚ୍ଛେଦବେଳେ ହିଂସା, ଆର୍‌ଏସ୍‌ପି ସହରସେବା ଅଧିକାରୀଙ୍କୁ ଆକ୍ରମଣ ବିଜେପି ଉତ୍ତରପ୍ରଦେଶକୁ ସାଂଗଠନିକ ଭାବେ ୬ଟି ଅଞ୍ଚଳରେ ବିଭକ୍ତ କରିଛି।

ସର୍ଭେ ଆଧାରରେ ପଶ୍ଚିମ ଅଞ୍ଚଳର ୭୧ଟି ଆସନରୁ ୨୩ରୁ ୨୫ ଜଣ ବିଧାୟକଙ୍କ ଟିକଟ କଟିପାରେ।

ବ୍ରଜ ଅଞ୍ଚଳର ୬୫ଟି ଆସନରୁ ୨୪ରୁ ୨୬, ଅବଧ ଅଞ୍ଚଳର ୮୨ଟି ଆସନରୁ ୨୬ରୁ ୨୮, କାନପୁର ଅଞ୍ଚଳର ୫୨ଟି ଆସନରୁ ୨୨ରୁ ୨୪, କାଶୀ ଅଞ୍ଚଳର ୭୨ଟି ଆସନରୁ ୧୯ରୁ ୨୧ ଏବଂ ଗୋରଖପୁର ଅଞ୍ଚଳର ୬୨ଟି ଆସନରୁ ୧୮ରୁ ୨୨ ଜଣଙ୍କ ଟିକଟ କଟିବାର ଆକଳନ କରାଯାଇଛି।

ଏଥିରେ କେତେକ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ନାମ ମଧ୍ୟ ଥିବା ସୂଚନା ମିଳିଛି।

୨୦୨୭ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟଥର ସରକାର ଗଠନ କରିବା ବିଜେପିର ଲକ୍ଷ୍ୟ।

ଗତ ଦେଢ଼ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଅଧିକାଂଶ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

୨୦୨୨ରେ ବିଜେପି ୨୫୫ଟି ଆସନ ଜିତିଥିଲା ଏବଂ ନିଜ ସହଯୋଗୀ ଦଳଗୁଡ଼ିକ ସହ ଏନ୍‌ଡିଏ ୨୭୩ଟି ଆସନ ପାଇଥିଲା।

୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୦୨ଟି ଆସନ ଆବଶ୍ୟକ।

ଆହୁରି ପଢନ୍ତୁ: Saffron Flag Removed ସୁନାରାମ ସୋରେନ୍‌ ଛକରୁ ଗୈରିକ ପତାକା ହଟିଲା, ଜାତୀୟ ପତାକା ଉଡ଼ିବ ଅନ୍ୟପକ୍ଷରେ ୨୦୨୪ ଲୋକସଭା ଫଳାଫଳରେ ଉତ୍ସାହିତ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି।

ଅଖିଳେଶ ଯାଦବ "ପିଡିଏ" ସାମାଜିକ ସମୀକରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ କଂଗ୍ରେସ ଦଳିତ ଓ ମୁସଲିମ୍‌ ଭୋଟକୁ ଏକାଠି କରି ନିଜ ଆଧାର ବଢ଼ାଇବାକୁ ଉଦ୍ୟମ କରୁଛି।

ତେଣୁ ୨୦୨୭ର ଉତ୍ତରପ୍ରଦେଶ ନିର୍ବାଚନକୁ ୨୦୨୯ ଲୋକସଭା ନିର୍ବାଚନ ପୂର୍ବର ଏକ ବଡ଼ ରାଜନୈତିକ ପରୀକ୍ଷା ଭାବେ ଦେଖାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।