UP Woman Climbs Water Tank: ବିବାହ ଭାଙ୍ଗିବାରୁ ହାଇଭୋଲଟେଜ୍ ଡ୍ରାମା, ପାଣି ଟାଙ୍କି ଉପରେ ଚଢ଼ିଲେ ଯୁବତୀ

Nov 01, 2026 - 14:34
UP Woman Climbs Water Tank: ବିବାହ ଭାଙ୍ଗିବାରୁ ହାଇଭୋଲଟେଜ୍ ଡ୍ରାମା, ପାଣି ଟାଙ୍କି ଉପରେ ଚଢ଼ିଲେ ଯୁବତୀ

ବିବାହକୁ ନେଇ ବିବାଦ, ଆଉ ତାକୁ ନେଇ ହାଇଡ୍ରାମା।

ବର ବିବାହ କରିବାକୁ ମନା କରିଦେବାରୁ ଘର ଛାଡ଼ି ପାଣି ଟାଙ୍କି ଉପରେ ଚଢ଼ିଗଲେ ଜଣେ ୨୩ ବର୍ଷୀୟ ଯୁବତୀ।

ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା।

Advertisment ସୂଚନା ଅନୁଯାୟୀ, ଅନୁପମା ନାମକ ଯୁବତୀଙ୍କ ବିବାହ ସରାଇ ଅକିଲ୍‌ ଅଞ୍ଚଳର ଅବଧେଶ କୁମାରଙ୍କ ସହ ସ୍ଥିର ହୋଇଥିଲା।

ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା।

ହେଲେ ଏକ ଫୋନ୍ କଲ୍‌ର ରେକର୍ଡିଂକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ଏହି ଘଟଣା ପରେ ଅବଧେଶ ବିବାହ କରିବାକୁ ମନା କରିଦେଇଥିଲେ।

ବରଙ୍କ ଏଭଳି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଅନୁପମା ଘରୁ ବାହାରି ଯାଇଥିଲେ।

ପ୍ରାୟ ୪ କିଲୋମିଟର ଦୂର ମଖାଇପୁର ଗାଁରେ ପହଞ୍ଚି ଏକ ପାଣି ଟାଙ୍କି ଉପରେ ଚଢ଼ି ଯାଇଥିଲେ।

ଯୁବତୀଙ୍କୁ ତଳକୁ ଓହ୍ଲାଇବା ପାଇଁ ସ୍ଥାନୀୟ ଲୋକେ ବହୁ ଅନୁରୋଧ କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ।

ଫଳରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

Advertisment ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ କର୍ମଚାରୀମାନେ ଦୀର୍ଘ ସମୟ ଧରି ଯୁବତୀଙ୍କୁ ବୁଝାସୁଝା କରିଥିଲେ।

ଶେଷରେ ପୋଲିସର ଉଦ୍ୟମ ପରେ ଅନୁପମାଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଯାଇଥିଲା।

ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା।

ପୋଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଯୁବତୀଙ୍କୁ ସେମାନଙ୍କ ଜିମା ଦେଇଥିଲା।

ଘଟଣା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ଏହି ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଫୋନ୍ କଲ୍‌ର ଏକ ରେକର୍ଡିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଏଭଳି ଘଟଣାର ରୂପ ନେଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।