UPI Payment Rule: ଦୀପାବଳି ପରେ ବଦଳିବ UPI ପେମେଣ୍ଟ ନିୟମ; ଆଉ ମାଗଣା ନାହିଁ, ଦେବକୁ ପଡି ଅତିରିକ୍ତ ଚାର୍ଜ୍

Nov 08, 2026 - 14:47
UPI Payment Rule: ଦୀପାବଳି ପରେ ବଦଳିବ UPI ପେମେଣ୍ଟ ନିୟମ; ଆଉ ମାଗଣା ନାହିଁ, ଦେବକୁ ପଡି ଅତିରିକ୍ତ ଚାର୍ଜ୍

ଯଦି ଆପଣ ଦୋକାନ ଚଳାଉଛନ୍ତି କିମ୍ବା କୌଣସି ବ୍ୟବସାୟରେ UPI ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ନେଉଛନ୍ତି, ତେବେ ଆଗାମୀ ଦିନରେ ଏକ ନୂଆ ଚାର୍ଜ୍‌ର ସମ୍ମୁଖୀନ ହେବାକୁ ପଡ଼ିପାରେ।

Person-to-Merchant ବା P2M UPI ଟ୍ରାଞ୍ଜାକ୍ସନ୍‌ରେ Merchant Discount Rate ବା MDR ଲାଗୁ କରିବାକୁ ପ୍ରସ୍ତାବ ରହିଛି।

Advertisment ପୂର୍ବରୁ ଏହି ନୂଆ ବ୍ୟବସ୍ଥାକୁ ଅକ୍ଟୋବର ୧୫ରୁ ଲାଗୁ କରିବାର ଯୋଜନା ଥିଲା।

କିନ୍ତୁ ପାର୍ବଣ ଋତୁ ଓ ଦୀପାବଳିକୁ ଦୃଷ୍ଟିରେ ରଖି NPCI ଏହାକୁ ସ୍ଥଗିତ କରିଥିଲା।

ଅକ୍ଟୋବର ୧୩ରେ UPI and Services Steering Committee ବୈଠକ ପରେ NPCI କହିଥିଲା ଯେ ଦୀପାବଳି ପରେ ଏହାକୁ ଲାଗୁ କରାଯିବ।

ତେବେ ନୂଆ ଲାଗୁ ତାରିଖ ଏପର୍ଯ୍ୟନ୍ତ ଅଲଗାଭାବେ ଘୋଷଣା ହେବାକୁ ବାକି ରହିଛି।

MDR କ'ଣ?

Merchant Discount Rate ବା MDR ହେଉଛି ଏମିତି ଏକ ପ୍ରୋସେସିଂ ଫି, ଯାହା ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କୁ ଦେବାକୁ ପଡ଼େ।

ଏହି ରାଶି ପେମେଣ୍ଟ ପ୍ରୋସେସ୍‌ରେ ଜଡ଼ିତ ବ୍ୟାଙ୍କ, ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ ଓ UPI ଆପ୍ ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରେ ବଣ୍ଟାଯାଏ।

Advertisment କେତେ ଟଙ୍କାର UPI ପେମେଣ୍ଟରେ କେତେ MDR?

ପ୍ରସ୍ତାବିତ ଢାଞ୍ଚା ଅନୁସାରେ ୨,୦୦୦ ଟଙ୍କାରୁ ଅଧିକ କିଛି P2M UPI ଟ୍ରାଞ୍ଜାକ୍ସନ୍‌ରେ ୦.୪ ପ୍ରତିଶତ MDR ଲାଗିପାରେ।

୭୫ ହଜାର ଟଙ୍କା କିମ୍ବା ତାଠାରୁ ଅଧିକ ଟ୍ରାଞ୍ଜାକ୍ସନ୍‌ରେ ଏହି ଚାର୍ଜ୍ ସର୍ବାଧିକ ୩୦୦ ଟଙ୍କାରେ ସୀମିତ ରହିବ।

ଉଦାହରଣ ସ୍ୱରୂପ, ୩,୦୦୦ ଟଙ୍କାର ଯୋଗ୍ୟ ପେମେଣ୍ଟରେ ୧୨ ଟଙ୍କା MDR ହୋଇପାରେ।

୫୦,୦୦୦ ଟଙ୍କାର ପେମେଣ୍ଟରେ ୨୦୦ ଟଙ୍କା MDR ହୋଇପାରେ।

ସେହିପରି ୭୫,୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ ପେମେଣ୍ଟରେ ସର୍ବାଧିକ ୩୦୦ ଟଙ୍କା ଚାର୍ଜ୍ ରହିବ।

ଛୋଟ ବ୍ୟବସାୟୀଙ୍କୁ ମିଳିବ ରିହାତି ତେବେ ସମସ୍ତ ଛୋଟ ଦୋକାନୀଙ୍କ ଉପରେ ଏହି ଚାର୍ଜ୍ ଲାଗିବ ନାହିଁ।

P2PM କ୍ୟାଟେଗୋରି ଅଧୀନରେ UPI QR କୋଡ୍‌ରେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଥିବା ଯୋଗ୍ୟ ଛୋଟ ବ୍ୟବସାୟୀଙ୍କ ପାଇଁ Zero MDR ଜାରି ରହିବ।

ଅର୍ଥାତ୍ କେବଳ ପେମେଣ୍ଟ ରାଶି ୨ ହଜାର ଟଙ୍କାରୁ ଅଧିକ ହେଲା ବୋଲି ଯୋଗ୍ୟ ଛୋଟ ବ୍ୟବସାୟୀଙ୍କୁ MDR ଦେବାକୁ ପଡ଼ିବ ନାହିଁ।

ଜରୁରୀ ସେବାରେ ଅଲଗା ନିୟମ ରେଳବାଇ, ଟେଲିକମ୍, ବୀମା, ଇନ୍ଧନ ଓ କୃଷି ଇନପୁଟ୍ ସହ ଜଡ଼ିତ କିଛି ନିର୍ଦ୍ଦିଷ୍ଟ ପେମେଣ୍ଟରେ ୦.୪ ପ୍ରତିଶତ ବଦଳରେ ୫ ଟଙ୍କାର ଫ୍ଲାଟ୍ MDR ପ୍ରସ୍ତାବ ରହିଛି।

ଏଥିରେ ଏହି ଆବଶ୍ୟକ ସେବାଗୁଡ଼ିକର ଲେନଦେନ ଖର୍ଚ୍ଚ ସୀମିତ ରଖିବା ଲକ୍ଷ୍ୟ ରହିଛି।

କ୍ୟାପିଟାଲ୍ ମାର୍କେଟ୍ ପାଇଁ କମ୍ MDR ମ୍ୟୁଚୁଆଲ୍ ଫଣ୍ଡ, ସିକ୍ୟୁରିଟିଜ୍, ଷ୍ଟକ୍‌ବ୍ରୋକର୍ ଓ ଡିଲର୍ ସହ ଜଡ଼ିତ ନିର୍ଦ୍ଦିଷ୍ଟ UPI ପେମେଣ୍ଟରେ MDR ୦.୦୨ ପ୍ରତିଶତ ରଖାଯାଇଛି।

ଏଥିରେ ମଧ୍ୟ ସର୍ବାଧିକ ଚାର୍ଜ୍ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିବ।

ସାଧାରଣ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି ସବୁଠାରୁ ବଡ଼ କଥା ହେଲା, MDR ସିଧାସଳଖ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ।

Person-to-Person ବା P2P UPI ଟ୍ରାଞ୍ଜାକ୍ସନ୍ ମାଗଣା ରହିବ ଏବଂ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ସାଧାରଣ P2M ପେମେଣ୍ଟ ମଧ୍ୟ Zero MDR ରହିବ।

ଅର୍ଥାତ୍ UPIରେ ଟଙ୍କା ପଠାଉଥିବା କିମ୍ବା ଦୋକାନରେ QR କୋଡ୍ ସ୍କାନ୍ କରି ପେମେଣ୍ଟ କରୁଥିବା ସାଧାରଣ ଗ୍ରାହକଙ୍କୁ ଅଲଗା MDR ଫି ଦେବାକୁ ପଡ଼ିବ ନାହିଁ।

ପ୍ରଭାବ ମୁଖ୍ୟତଃ ନିର୍ଦ୍ଦିଷ୍ଟ ଉଚ୍ଚମୂଲ୍ୟ P2M ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ଉପରେ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।