UPI raw: ଏମ୍‌ଡିଆର୍‌କୁ ମୋବାଇଲ ରିଟେଲରଙ୍କ ବିରୋଧ; ଗାନ୍ଧୀ ଜୟନ୍ତୀରେ ୟୁପିଆଇରେ ନେବେନି ପେମେଣ୍ଟ

Sep 27, 2026 - 17:05
UPI raw: ଏମ୍‌ଡିଆର୍‌କୁ ମୋବାଇଲ ରିଟେଲରଙ୍କ ବିରୋଧ; ଗାନ୍ଧୀ ଜୟନ୍ତୀରେ ୟୁପିଆଇରେ ନେବେନି ପେମେଣ୍ଟ

"ନୂଆଦିଲ୍ଲୀ: ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌)କୁ ଦେଶର ମୋବାଇଲ୍‌ ଫୋନ୍‌ ବ୍ୟବସାୟୀମାନେ ବିରୋଧ କରିଛନ୍ତି।

ଅକ୍ଟୋବର ୨ ବା ଗାନ୍ଧୀ ଜୟନ୍ତୀକୁ ସେମାନେ "ନୋ ୟୁପିଆଇ ଡେ" ପାଳନ କରିବାକୁ ଅଲ୍‌ ଇଣ୍ଡିଆ ମୋବାଇଲ୍‌ ରିଟେଲର୍ସ ଆସୋସିଏସନ୍‌ (ଏଆଇଏମ୍‌ଆର୍‌ଏ) ଘୋଷଣା କରିଛି।Advertisment ସଂଘ ପକ୍ଷରୁ କୁହାଯାଇଛି, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ମୋବାଇଲ୍‌ ରିଟେଲର୍‌ମାନେ ପ୍ରତୀକାତ୍ମକ ଭାବେ ନିଜ ଦୋକାନର ୟୁପିଆଇ କ୍ୟୁଆର୍‌ କୋଡ୍‌କୁ କଳା କପଡ଼ାରେ ଘୋଡ଼ାଇ ରଖିବେ ଏବଂ ୟୁପିଆଇ ମାଧ୍ୟମରେ ଦେୟ ଗ୍ରହଣରୁ ବିରତ ରହିବେ।

ଅକ୍ଟୋବର ୧୫ ତାରିଖରୁ ଦେଶରେ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ଏମ୍‌ଡିଆର୍‌ ଲାଗୁ ହେବା ପ୍ରସ୍ତାବ ରହିଛି।

ଏହା ଛୋଟ ମୋବାଇଲ୍‌ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ପକାଇବ ବୋଲି ସଂଘ ଆଶଙ୍କା ବ୍ୟକ୍ତ କରିଛି।

UPI: ୟୁପିଆଇରେ ଶୁଳ୍କ: ବିପଦରେ ୨୦ ହଜାର କୋଟିର ବେପାର, ଚିନ୍ତାରେ ୩୨ ଲକ୍ଷ ଛୋଟ ବେପାରୀ ଏଆଇଏମ୍‌ଆର୍‌ଏ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଆଯାଇଥିବା ପତ୍ରରେ କୁହାଯାଇଛି, ମାସକୁ ୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ମାଧ୍ୟମରେ କାରବାର କରୁଥିବା ଛୋଟ ରିଟେଲର୍‌ଙ୍କ ପାଇଁ ଏହି ଚାର୍ଜ ମାସକୁ ପ୍ରାୟ ୨,୦୦୦ରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ନିଟ୍‌ କ୍ଷତି ଆଣିପାରେ।

ସଂଘର ଆକଳନ ଅନୁଯାୟୀ, ଦେଶର ଛୋଟ ମୋବାଇଲ୍‌ ବ୍ୟବସାୟୀଙ୍କ ଉପରେ ଏହାର ମାସିକ ଆର୍ଥିକ ବୋଝ ପ୍ରାୟ ୪୦ କୋଟି ଏବଂ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ହୋଇପାରେ।

ତେବେ ରିଟେଲର୍‌ ସଂଘ ସ୍ପଷ୍ଟ କରିଛି ଯେ ଏହି ପ୍ରତିବାଦ ୟୁପିଆଇ କିମ୍ବା ଡିଜିଟାଲ୍‌ ପେମେଣ୍ଟ ବିରୋଧରେ ନୁହେଁ; ବରଂ ବ୍ୟବସାୟୀଙ୍କ ଉପରେ ପଡ଼ିବାକୁ ଥିବା ଅତିରିକ୍ତ ଖର୍ଚ୍ଚ ବିରୋଧରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।