16 SEPTEMBER 2026

Welcome!

Unlock your personalized experience.
Sign Up

UPI transactions: ୟୁପିଆଇ କାରବାରରେ ଲାଗିବ ୦.୪% ଶୁଳ୍କ: ~୨ ହଜାରରୁ ଅଧିକ ପୈଠରେ ଆଦାୟ ହେବ-ଅକ୍ଟୋବର ୧୫ରୁ ଲାଗୁ

Sep 16, 2026 - 03:44
UPI transactions: ୟୁପିଆଇ କାରବାରରେ ଲାଗିବ ୦.୪% ଶୁଳ୍କ: ~୨ ହଜାରରୁ ଅଧିକ ପୈଠରେ ଆଦାୟ ହେବ-ଅକ୍ଟୋବର ୧୫ରୁ ଲାଗୁ

ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତୀକ୍ଷା ପରେ ୟୁପିଆଇ କାରବାର ପାଇଁ ସରକାର ଆଜି ଏମ୍‌ଡିଆର୍‌ (ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌) ଘୋଷଣା କରିଛନ୍ତି। ୨ ହଜାର ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ହାରରେ ଏହି ରାଶି ଆଦାୟ ହେବ। ଆସନ୍ତା ଅକ୍ଟୋବର ୧୫ରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି। ତେବେ ଦୋକାନୀ ବା ମର୍ଚ୍ଚାଣ୍ଟମାନେ ଏହି ରାଶି ସେମାନଙ୍କ ବ୍ୟାଙ୍କକୁ ପ୍ରଦାନ କରିବେ। ଗ୍ରାହକଙ୍କ ଉପରେ ଏହା ଲଦାଯାଇ ପାରିବ ନାହିଁ। ୭୫ ହଜାର ଟଙ୍କା ଏବଂ ତଦୂର୍ଦ୍ଧ୍ବ ପୈଠ କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ ପ୍ରତି କାରବାର ପିଛା ୩୦୦ ଟଙ୍କାରେ ସୀମିତ ରହିବ।

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ଉଦାହରଣ ସ୍ବରୂପ ୩୦୦୦ ଟଙ୍କାର ୟୁପିଆଇ ପେମେଣ୍ଟ କ୍ଷେତ୍ରରେ ଦୋକାନୀ ବା ମର୍ଚ୍ଚାଣ୍ଟ ୦.୪ ପ୍ରତିଶତ ଏମ୍‌ଡିଆର୍‌ ବାବଦରେ ୧୨ ଟଙ୍କା ପ୍ରଦାନ କରିବ। ସେହିଭଳି ୫୦ ହଜାର ପେମେଣ୍ଟ କ୍ଷେତ୍ରରେ ଏହା ୨୦୦ ଟଙ୍କା ହେବ। ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟରେ ଏହି ହାର ମଧ୍ୟ ୦.୪ ପ୍ରତିଶତ ଆକାରରେ ଆଦାୟ ହେବ। କିନ୍ତୁ ୭୫ ହଜାର ଟଙ୍କା ଓ ତଦୂର୍ଦ୍ଧ୍ବ ପୈଠ କ୍ଷେତ୍ରରେ ଏମ୍‌ଡିଆର୍‌ ୩୦୦ ଟଙ୍କାରେ ସୀମିତ ରହିବ।

~୨ ହଜାରରୁ ଅଧିକ ପୈଠରେ ଆଦାୟ ହେବ-ଅକ୍ଟୋବର ୧୫ରୁ ଲାଗୁ
~୭୫ ହଜାର କିମ୍ବା ତଦୂର୍ଦ୍ଧ୍ବ କାରବାରରେ ~୩୦୦
ବୀମା, ଇନ୍ଧନ, ଟେଲିକମ୍‌ ସେବା, ବିଦ୍ୟୁତ୍‌ ବିଲ୍‌ ଆଦିରେ ଫ୍ଲାଟ୍‌ ~୫
ପୁଞ୍ଜି ବଜାର କାରବାରରେ ୦.୦୨%

ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କଠାରୁ କୌଣସି କାରବାର ଶୁଳ୍କ ଆଦାୟ କରାଯିବ ନାହିଁ। ସେହିଭଳି ୟୁପିଆଇ ଆପ୍‌ ପ୍ରଦାନକାରୀମାନେ ପ୍ଲାଟଫର୍ମ ଫି କିମ୍ବା ଅନ୍ୟ କୌଣସି ଚାର୍ଜ ୟୁପିଆଇ ପେମେଣ୍ଟରେ ଆଦାୟ କରିପାରିବେ ନାହିଁ। କିନ୍ତୁ କେତେକ ମର୍ଚ୍ଚାଣ୍ଟ ବର୍ଗକୁ ପୃଥକ୍‌ ଭାବେ ଫ୍ଲାଟ୍‌ ହାରରେ ଏମ୍‌ଡିଆର୍‌ ଚାର୍ଜ ଦେବାକୁ ପଡ଼ିବ। ରେଳବାଇ, ଟେଲିକମ୍‌ ସେବା, ବୀମା ଓ ପେଟ୍ରୋଲ ପମ୍ପ ଭଳି ମର୍ଚ୍ଚାଣ୍ଟ ବର୍ଗରେ ୨୦୦୦ ଟଙ୍କାରୁ ଅଧିକ ପୈଠ କ୍ଷେତ୍ରରେ ଏମ୍‌ଡିଆର୍‌ ଚାର୍ଜ ୦.୪ ପ୍ରତିଶତ ପରିବର୍ତ୍ତେ ପ୍ରତି କାରବାର ପିଛା ୫ ଟଙ୍କା ରହିବ। ସେହିଭଳି ବିଦ୍ୟୁତ୍‌, ପାଣି, ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ପାଇଁ ୨୦୦୦ ଟଙ୍କାରୁ ଅଧିକ ପୈଠ କ୍ଷେତ୍ରରେ ମଧ୍ୟ ଫ୍ଲାଟ୍‌ ୫ ଟଙ୍କା ଏମ୍‌ଡିଆର୍‌ ଆଦାୟ କରାଯିବ।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

ପୁଞ୍ଜି ବଜାର କାରବାର କ୍ଷେତ୍ରରେ ଏମ୍‌ଡିଆର୍‌ ହାରକୁ ୦.୦୨ ପ୍ରତିଶତ ବର୍ଗରେ ରଖାଯାଇଛି। ଅର୍ଥାତ୍‌ ମ୍ୟୁଚୁଆଲ ଫଣ୍ଡ, ସିକ୍ୟୁରିଟିଜ୍‌, ଷ୍ଟକ ବ୍ରୋକର, ଡିଲର ଏବଂ ନିବେଶ ପ୍ଲାଟଫର୍ମଗୁଡ଼ିକରେ ୦.୦୨ ପ୍ରତିଶତ ହାରରେ ଏମ୍‌ଡିଆର୍‌ ଆଦାୟ ହେବ। କିନ୍ତୁ ଏ କ୍ଷେତ୍ରରେ ମଧ୍ୟ ସର୍ବୋଚ୍ଚ ଶୁଳ୍କ ସୀମା ୩୦୦ ଟଙ୍କା ରଖାଯାଇଛି। ଅନ୍ୟକ୍ଷରେ ପର୍ସନ୍‌ ଟୁ ପର୍ସନ୍‌ (ପି୨ପି) ୟୁପିଆଇ କାରବାରକୁ ନୂଆ ଏମ୍‌ଡିଆର୍‌ ଢାଞ୍ଚା ପରିସର ବାହାରେ ରଖାଯାଇଛି। ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟକୁ ୟୁପିଆଇରେ ଟଙ୍କା ପଠାଇଲେ କୌଣସି ଏମ୍‌ଡିଆର୍‌ ଶୁଳ୍କ ଆଦାୟ ହେବ ନାହିଁ। ଅର୍ଥାତ ପରିବାର ସଦସ୍ୟ, ବନ୍ଧୁ କିମ୍ବା ନିଜର ବ୍ୟାଙ୍କ ଆକାଉଣ୍ଟକୁ ୟୁପିଆଇରେ ଟଙ୍କା ପଠାଇଲେ ଏହା ନିଶୁଳ୍ପ ରହିବ। ଛୋଟ ବ୍ୟବସାୟୀମାନଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ୟୁପିଆଇ ଜମାରାଶି ଯଦି ମାସିକ ୧ ଲକ୍ଷ ଟଙ୍କା ମଧ୍ୟରେ ରହିବ ତା’ ହେଲେ କ୍ବିକ୍‌ ରେସ୍‌ପନ୍ସ (କ୍ୟୁଆର୍‌) କୋଡ୍‌ଭିତ୍ତିକ ୟୁପିଆଇ ପେମେଣ୍ଟ ୨୦୦୦ ଟଙ୍କାରୁ ଅଧିକ ହେଲେ ଏମ୍‌ଡିଆର୍‌ ଆଦାୟ ହେବ ନାହିଁ। କ୍ରମାଗତ ୩ ମାସ ପାଇଁ ଉକ୍ତ ସୀମା ଅତିକ୍ରମ କଲେ ଛୋଟ ବ୍ୟବସାୟମାନଙ୍କୁ ପର୍ସନ୍‌ ଟୁ ପର୍ସନ୍‌ ମର୍ଚ୍ଚାଣ୍ଟ (ପି୨ପିଏମ୍‌) ବର୍ଗରୁ କାଢ଼ି ନିଆଯାଇ ପି୨ଏମ୍‌ ବର୍ଗରେ ରଖାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।