UPSC Success Story: ୪ ଥର ବିଫଳ, ବିକ୍ରି କରିଦେଲେ ବହି; ୫ମ ଥରରେ ୟୁପିଏସ୍ସି ପରୀକ୍ଷାରେ ସଫଳ ହେଲେ ପ୍ରିୟା ସିଂହ…
"ନୂଆଦିଲ୍ଲୀ: ଲଗାତାର ୪ ଥର ବିଫଳ ହେବା ପରେ ମଧ୍ୟ ହାର୍ ମାନି ନଥିଲେ ପ୍ରିୟା ସିଂହ।
ନିଜ ପାଠପଢ଼ା ଶୈଳୀ ଓ ପ୍ରସ୍ତୁତିରେ ପରିବର୍ତ୍ତନ ଆଣି ସେ ୫ମ ଥରରେ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଛନ୍ତି।
ତାଙ୍କର ଏହି ସଫଳତା ଅନେକ ପରୀକ୍ଷାର୍ଥୀଙ୍କୁ ପ୍ରେରଣା ଯୋଗାଇବ।Advertisment କଥାରେ ଅଛି, ମନର ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିହୁଏ।
ଜୀବନରେ ବାରମ୍ବାର ବିଫଳତା ମିଳିଲେ ମଧ୍ୟ ନିଜ ଲକ୍ଷ୍ୟଠାରୁ ଦୂରେଇ ନଯାଇ ଭୁଲ୍ରୁ ଶିଖି ଆଗକୁ ବଢ଼ିବା ଉଚିତ।
ପ୍ରିୟା ସିଂହ ଏହାର ଏକ ଉଦାହରଣ।
ଲଗାତାର ଚାରି ଥର ବିଫଳ ହେବା ପରେ ସେ ନିଜ ପ୍ରସ୍ତୁତିରେ ପରିବର୍ତ୍ତନ ଆଣିଥିଲେ ଏବଂ ପଞ୍ଚମ ପ୍ରୟାସରେ ସଫଳ ହୋଇଥିଲେ।
ଆହୁରି ପଢ଼ନ୍ତୁ- IND vs WI 2nd T20I: ୱେଷ୍ଟଇଣ୍ଡିଜ୍ ଆଗରେ ୨୫୦ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ ବିବାହ ପାଇଁ ଚାପ, ବିଫଳତାରୁ ନିରାଶ ହୋଇଥିଲେ ପ୍ରିୟା ବିହାରର ପାଟନା ନିକଟସ୍ଥ ଏକ ଗାଁରେ ରହୁଥିବା ପ୍ରିୟାଙ୍କ ପାଇଁ ୟୁପିଏସ୍ସି ପରୀକ୍ଷାର ପ୍ରସ୍ତୁତି ଯାତ୍ରା ସହଜ ନଥିଲା।
ଲଗାତାର ବିଫଳତା ତାଙ୍କୁ ନିରାଶ କରିଦେଇଥିଲା।
ଏହା ସହିତ ପରିବାର ପକ୍ଷରୁ ବିବାହ ପାଇଁ ଚାପ ମଧ୍ୟ ବଢ଼ିବାରେ ଲାଗିଥିଲା।
ଗୋଟିଏ ସମୟରେ ପ୍ରିୟା ଏତେ ନିରାଶ ହୋଇପଡ଼ିଥିଲେ ଯେ ପାଠପଢ଼ା ଛାଡ଼ିଦେବାକୁ ମନସ୍ଥ କରିଥିଲେ।
ତାଙ୍କ ବାପା ଓ ଜେଜେବାପା ତାଙ୍କ ବିବାହ କରାଇବାକୁ ଚାହୁଥିଲେ।
କିନ୍ତୁ ମାଆ ଓ ଭାଇ ତାଙ୍କୁ ବୁଝାଇଥିଲେ।
ସେମାନଙ୍କ ଉତ୍ସାହ ଓ ସମର୍ଥନ ପାଇବା ପରେ ପ୍ରିୟା ପୁଣିଥରେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
୪ ଥର ବିଫଳ ହେବା ପରେ ବିକ୍ରି କରିଦେଲେ ବହି ୟୁପିଏସ୍ସି ପରୀକ୍ଷାରେ ଲଗାତାର ଚାରି ଥର ବିଫଳ ହେବା ପରେ ପ୍ରିୟା ନିଜ ପ୍ରସ୍ତୁତିର ଶୈଳୀ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।
ସେ ଅନୁଭବ କରିଥିଲେ ଯେ ତାଙ୍କ ପାଖରେ ଅନେକ ବହି ଥିଲେ ମଧ୍ୟ ସେଗୁଡ଼ିକୁ ଠିକ୍ ଭାବରେ ପଢ଼ିବା ଓ ଅଭ୍ୟାସ କରିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।
ଆହୁରି ପଢ଼ନ୍ତୁ- Stabbing Incident ଶିକରପାଇ ବାଲିଯାତ୍ରାରେ ଛୁରାମାଡ଼: ଜଣେ ଯୁବକ ମୃତ, ଅନ୍ୟଜଣେ ଗୁରୁତର ଏହାପରେ ସେ ଅନେକ ପୁରୁଣା ବହି ବିକ୍ରି କରିଦେଇଥିଲେ।
ପ୍ରସ୍ତୁତି ପାଇଁ ପ୍ରାୟ ୩୦ଟି ବହି ଚୟନ କରି ସେଗୁଡ଼ିକ ଉପରେ ଧ୍ୟାନ ଦେଇଥିଲେ।
ଏକାଧିକ ବହି ପଢ଼ିବା ପରିବର୍ତ୍ତେ ସୀମିତ ବହିକୁ ବାରମ୍ବାର ପଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହାସହିତ ସମାଜଶାସ୍ତ୍ର ଓ ସ୍ଥାୟୀ ବିଷୟଗୁଡ଼ିକର ପ୍ରସ୍ତୁତି ଉପରେ ବିଶେଷ ଧ୍ୟାନ ଦେଇଥିଲେ।
ନିଜର ଦୁର୍ବଳତାକୁ ଚିହ୍ନଟ କରି ପଢ଼ିବାର ଯୋଜନାରେ ପରିବର୍ତ୍ତନ ଆଣିବା ତାଙ୍କ ପାଇଁ ଫଳପ୍ରଦ ହୋଇଥିଲା।
ପଞ୍ଚମ ପ୍ରୟାସରେ ୟୁପିଏସ୍ସିରେ ୨୩୨ ରାଙ୍କ୍ ପ୍ରିୟାଙ୍କ ପରିବର୍ତ୍ତିତ ପ୍ରସ୍ତୁତି ରଣନୀତି ଶେଷରେ ସଫଳ ହୋଇଥିଲା।
ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ରେ ସେ ଅଲ୍ ଇଣ୍ଡିଆ ରାଙ୍କ୍ (ଏଆଇଆର୍) ୨୩୨ ହାସଲ କରିଥିଲେ।
ସାକ୍ଷାତ୍କାର ପର୍ଯ୍ୟାୟରେ ତାଙ୍କୁ ୧୯୪ ମାର୍କ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଏହାବ୍ୟତୀତ ସେ ବିହାର ଲୋକସେବା ଆୟୋଗ (ବିପିଏସ୍ସି)ର ପ୍ରାରମ୍ଭିକ ପରୀକ୍ଷାରେ ମଧ୍ୟ ସଫଳ ହୋଇଥିଲେ।
ଜଣେ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିବା ପ୍ରିୟା ନିଜର ଦୃଢ଼ ମନୋବଳ, ପରିଶ୍ରମ ଓ ଠିକ୍ ଯୋଜନା ଜରିଆରେ ଶେଷରେ ନିଜ ଲକ୍ଷ୍ୟ ହାସଲ କରିଛନ୍ତି।
ପ୍ରିୟାଙ୍କ ଏହି ଯାତ୍ରାରୁ ଶିକ୍ଷା ମିଳେ ଯେ ବିଫଳତା ଜୀବନର ଶେଷ ନୁହେଁ।
ନିଜ ଭୁଲ୍କୁ ଚିହ୍ନି ତାହାର ସୁଧାର କରିବା ସହ ଧୈର୍ଯ୍ୟ ଓ ଦୃଢ଼ ମନୋବଳ ରଖିଲେ ସଫଳତାର ପଥ ଖୋଲିପାରେ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।