US Confirms Space Weapon Deployment: ମହାକାଶରେ ଆମେରିକାର ଅସ୍ତ୍ର! ବଦଳିବ ଯୁଦ୍ଧର ରୂପ

Sep 15, 2026 - 16:42
US Confirms Space Weapon Deployment: ମହାକାଶରେ ଆମେରିକାର ଅସ୍ତ୍ର! ବଦଳିବ ଯୁଦ୍ଧର ରୂପ

ମହାକାଶରେ ଅସ୍ତ୍ର ମୁତୟନ କରିଥିବା ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସ୍ୱୀକାର କରିଛି ଆମେରିକା। ଏୟାର ଫୋର୍ସ ସଚିବ ଟ୍ରୟ ମେଙ୍କ ଏକ ସମ୍ମିଳନୀରେ ଏହି ଖୁଲାସା କରିଛନ୍ତି। ତେବେ ଅସ୍ତ୍ରଟି କ’ଣ କରେ, କେବେ ମୁତୟନ ହୋଇଛି ଏବଂ କିପରି ବ୍ୟବହାର ହେବ, ସେନେଇ କୌଣସି ସୂଚନା ଦିଆଯାଇନାହିଁ।

ଆଧୁନିକ ଯୁଦ୍ଧରେ GPS, ଯୋଗାଯୋଗ, କ୍ଷେପଣାସ୍ତ୍ର ସତର୍କତା ଓ ଗୁଇନ୍ଦା ସୂଚନା ପାଇଁ ଉପଗ୍ରହ ଅତ୍ୟନ୍ତ ଜରୁରୀ। ଏହି ଉପଗ୍ରହଗୁଡ଼ିକୁ ଅଚଳ କରିଦେଲେ, ଶତ୍ରୁ ଦେଶର ସାମରିକ ଅଭିଯାନ ବାଧାପ୍ରାପ୍ତ ହୋଇପାରେ।

ଆମେରିକା, ଚୀନ୍ ଓ ଋଷିଆ ମହାକାଶ ଯୁଦ୍ଧ ପାଇଁ ନିଜ କ୍ଷମତା ବଢ଼ାଉଥିବା ବେଳେ, ଏହି ଘୋଷଣା ଚିନ୍ତା ବଢ଼ାଇଛି। ଆଗାମୀ ଦିନରେ ଯୁଦ୍ଧର ପ୍ରଥମ ମୋର୍ଚ୍ଚା ଭୂମି, ସମୁଦ୍ର କିମ୍ବା ଆକାଶ ନୁହେଁ, ବରଂ ପୃଥିବୀଠାରୁ ହଜାର ହଜାର କିଲୋମିଟର ଉପରେ ମହାକାଶ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।