US Forces Leave Iraq: ଦୁଇ ଦଶନ୍ଧି ପରେ ଇରାକ ଛାଡିଲେ ଆମେରିକା ସେନା: ବାଗଦାଦରୁ ସ୍ବଦେଶ ଫେରିଲେ ଶେଷ ଦଳ

Sep 30, 2026 - 14:22
US Forces Leave Iraq: ଦୁଇ ଦଶନ୍ଧି ପରେ ଇରାକ ଛାଡିଲେ ଆମେରିକା ସେନା: ବାଗଦାଦରୁ ସ୍ବଦେଶ ଫେରିଲେ ଶେଷ ଦଳ

"ବାଗଦାଦ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି।

ଏହି ସମୟରେ, ଆମେରିକା ଏକ ବଡ଼ ନିଷ୍ପତ୍ତି ନେଇ ଦୁଇ ଦଶନ୍ଧି ପରେ ଇରାକରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିଛି।

ସେନାର ଶେଷ ଦଳ ସ୍ବଦେଶ ବାହୁଡ଼ିଛନ୍ତି।

ଏହି ମିଳିତ ମେଣ୍ଟ ଦେଶକୁ ଉଗ୍ରବାଦୀ ଗୋଷ୍ଠୀଙ୍କଠାରୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା ବୋଲି ଆମେରିକା ଦାବି କରୁଥିବାବେଳେ ମିଳିତ ମେଣ୍ଟକୁ ଇରାକରେ ଉତ୍ତେଜନା ବୃଦ୍ଧି ପାଇଁ ଦାୟୀ କରାଯାଇଛି।୨୦୦୩ ମସିହାରେ ଆମେରିକା ଇରାକୀ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଉପରେ ଗଣବିନାଶକାରୀ ଅସ୍ତ୍ର ବିକଶିତ କରିବାର ଅଭିଯୋଗ ଆଣିଥିଲା।

ଏହା ପରେ, ଆମେରିକା, ବ୍ରିଟେନ, କାନାଡା ଏବଂ ଫ୍ରାନ୍ସ ଭଳି ନାଟୋ ଦେଶମାନଙ୍କ ସହିତ ମିଶି ଇରାକ ଉପରେ ଆକ୍ରମଣ କରିଥିଲା।

ଇରାକ ଏବଂ ଆମେରିକା-ସହଯୋଗୀ ସେନା ମଧ୍ୟରେ ପ୍ରାୟ ତିନି ବର୍ଷ ଧରି ଯୁଦ୍ଧ ଆରମ୍ଭ ହୋଇଥିଲା, ଯାହାର ପରିଣାମ ୩୦ ଡିସେମ୍ବର ୨୦୦୬ ରେ ସଦ୍ଦାମ ହୁସେନଙ୍କ ଫାଶୀ ସହିତ ଶେଷ ହୋଇଥିଲା।Advertisment ଆମେରିକା ପ୍ରଶାସନ ଇରାକୀ ସେନାକୁ ଭାଙ୍ଗି ଦେଇଥିଲା ସଦ୍ଦାମ ହୁସେନଙ୍କ ମୃତ୍ୟୁ ପରେ, ଆମେରିକୀୟ ସେନା ତାଙ୍କ ପ୍ରାସାଦ ସମେତ ପ୍ରତ୍ୟେକ ସ୍ଥାନ ଖୋଜାଖୋଜି କରିଥିଲେ, କିନ୍ତୁ କୌଣସି ବିନାଶକାରୀ ଅସ୍ତ୍ର ପାଇ ନଥିଲେ।

ସଦ୍ଦାମଙ୍କ ମୃତ୍ୟୁ ପରେ ଇରାକ ଅରାଜକତାରେ ବୁଡ଼ି ଯାଇଥିଲା।

ଫଳସ୍ୱରୂପ ଆମେରିକୀୟ ସେନା ସାମରିକ ଘାଟି ସ୍ଥାପନ କରିବାକୁ ଏବଂ ସେଠାରେ ନିଜର ସୈନ୍ୟଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇ ଇରାକରେ ଦେଢ଼ଲକ୍ଷ ଆମେରିକୀୟ ସୈନ୍ୟ ମୁତୟନ କରିଥିଲା।ଇରାକରେ ସଦ୍ଦାମ ହୁସେନଙ୍କ ଶାସନକୁ ଭାଙ୍ଗି ଆମେରିକା ଏକ ଗୁରୁତର ଭୁଲ୍ କରିଥିଲା।

ଆମେରିକା ଭାବିଥିଲା, ଇରାକୀ ସୈନିକମାନେ ସଦ୍ଦାମଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ତେଣୁ ଆମେରିକା ପ୍ରଶାସନ ଇରାକୀ ସେନାକୁ ଭାଙ୍ଗି ଦେଇଥିଲା।

ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ସାଢ଼େ ତିନି ଲକ୍ଷ ଇରାକୀ ସୈନିକ ବେକାର ହୋଇଯାଇଥିଲେ।

ସେମାନେ ପରେ ଇସଲାମିକ୍ ଷ୍ଟେଟ୍ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲେ।

ସେମାନେ ଇରାକ ସହ ଅନ୍ୟାନ୍ୟ ଦେଶରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିଥିଲେ।

୨୦୧୪ ମସିହାରେ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ସହିତ ଲଢ଼ିବା ପାଇଁ ମେଣ୍ଟ ସେନାକୁ ଇରାକ୍ ଏବଂ ସିରିଆ ପଠାଯାଇଥିଲା।

ଉଭୟ ଦେଶର ବିସ୍ତୃତ ଅଞ୍ଚଳ ଉପରେ ଇସଲାମିକ୍ ଷ୍ଟେଟ୍ ପ୍ରଭାବ ପକାଇଥିଲା।

୨୦୧୭ ମସିହାରେ ଇରାକରେ ଏବଂ ୨୦୧୯ ମସିହାରେ ସିରିଆରେ ଇସଲାମିକ୍ ଷ୍ଟେଟ୍ ପରାଜିତ ହୋଇଥିଲା।

କିନ୍ତୁ ଗୋଷ୍ଠୀର ଅବଶିଷ୍ଟ ସଦସ୍ୟଙ୍କ ସହିତ ଲଢ଼ିବା ପାଇଁ ମେଣ୍ଟ ସେନା ସେଠାରେ ରହିଥିଲେ।ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ମସିହାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଗଦାଦରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ଏକ ଚୁକ୍ତି କରିଥିଲେ।

ଏହି ଚୁକ୍ତି ଅନୁଯାୟୀ ଉଭୟ ଦେଶ ମେଣ୍ଟର ମିଶନକୁ ଧୀରେ ଧୀରେ ସମାପ୍ତ କରିବାକୁ ରାଜି ହୋଇଥିଲେ।

ଏହା ଅନ୍ତର୍ଗତ ବିଭିନ୍ନ ପ୍ରର୍ଯ୍ୟାୟ ସହିତ ଶେଷରେ ଆମେରିକୀୟ ସୈନ୍ୟମାନେ ୨୦୨୬ ସେପ୍ଟେମ୍ବର ୩୦ ରେ ଆନୁଷ୍ଠାନିକ ଭାବରେ ଇରାକ ଛାଡିଛନ୍ତି।

Indian Entrepreneurs: ବିଦେଶରେ ରହିବାକୁ ଚାହୁଛନ୍ତି ୭୪% ଉଦ୍ୟୋଗୀ: ପସନ୍ଦର ଦେଶ ସିଙ୍ଗାପୁର ଇରାକୀ ସରକାରଙ୍କ ଅନୁସାରେ ମେଣ୍ଟର ପ୍ରତ୍ୟାହାର ସହିତ ଦେଶରେ ଥିବା ଉଗ୍ରବାଦୀ ଗୋଷ୍ଠୀମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରଖିବାର ବାହାନା ଦୂର ହେବ।

ସେମାନେ ଆପୋଷ ବୁଝାମଣା ପାଇଁ ସହମତି ପ୍ରକାଶ କରିବେ।

ଇରାକୀ ପ୍ରଧାନମନ୍ତ୍ରୀ ଅଲି ଅଲ-ଜୈଦି ଘୋଷଣା କରିଛନ୍ତି ଯେ, ମେଣ୍ଟର ବିଦାୟର ପରଦିନ, ଅକ୍ଟୋବର ୧ ରେ ସାର୍ବଭୌମତ୍ୱ ଦିବସ ପାଳନ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।