US Open: ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି, ଚନ୍ଦ୍ର‌ଶେଖର ବିଦା

Sep 06, 2026 - 13:57
US Open: ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି, ଚନ୍ଦ୍ର‌ଶେଖର ବିଦା

"ନ୍ୟୁୟର୍କ: ଭାରତୀୟ ପୁରୁଷ ଯୁଗଳ ଖେଳାଳି ୟୁକି ଭାମ୍ବ୍ରି ଓ ଅନିରୁଦ୍ଧ ଚନ୍ଦ୍ରଶେଖର ଚଳିତ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

ନ୍ୟୁଜିଲାଣ୍ଡର ମାଇକେଲ ଭେନସ୍‌ଙ୍କୁ ସାଥୀ କରି ଖେଳୁଥିବା ଭାମ୍ବ୍ରି କଡ଼ା ସଂଘର୍ଷ କରି ୬-୭, ୬-୭ ସେଟ୍‌ରେ ଆମେରିକାର ରିୟାନ ସିଜରମାନ ଓ ପ୍ରତୀକ ଟିଅର୍‌ହାକ୍‌ଙ୍କଠୁ ହାରି ଯାଇଛନ୍ତି।

ଏହି ପରାଜୟ ଭାମ୍ବ୍ରି ଓ ଭେନସ୍‌ଙ୍କ ପାଇଁ କଷ୍ଟକର ହୋଇଛି।Advertisment ସେମିଫାଇନାଲ୍‌ରେ ପହଞ୍ଚିଥିଲେ ଉଭୟ ଉଭୟ ଗତ ସଂସ୍କରଣରେ ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ଚନ୍ଦ୍ରଶେଖର ଓ ତାଙ୍କ ବେଲାରୁଷ ସାଥୀ ଇଭାନ ଲିଉତାରେଭିକ୍‌ ୪-୬, ୭-୫, ୪-୬ ସେଟ୍‌ରେ ବ୍ରିଟିସ୍‌ ଯୋଡ଼ି ଅର୍ଥର ଫେରି ଓ ଜୋସୁଆ ପାରିସ୍‌ଙ୍କଠୁପରାସ୍ତ ହୋଇଛନ୍ତି।

ତେବେ ଏକ ମାତ୍ର ଭାରତୀୟ ଭାବେ ଏନ୍‌ ଶ୍ରୀରାମ ବାଲାଜୀ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି।

ବାଲାଜୀ ଓ ତାଙ୍କ ସାଥୀ ଆମେରିକା ଇଭାନ କିଙ୍ଗ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଗୀତା ଯାଦବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।