Utkal and Rama Devi University Election Results Suspense: ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ରେଜଲ୍ଟକୁ ନେଇ ବଢ଼ୁଛି ସସପେନ୍ସ
ରେଭେନ୍ସାରେ ବିସିଜେଡି । ଉତ୍କଳ ଓ ରମାଦେବୀକୁ ନେଇ ବଢୁଛି ସସପେନ୍ସ । ଏଯାଏଁ ବିଧିବଦ୍ଧ ଭାବେ ଆସିନି ରେଜଲ୍ଟ । ଉଭୟ ବିଶ୍ବବିଦ୍ୟାଳୟ ଫଳାଫଳକୁ ନେଇ ଲାଗିରହିଛି ରୋମାଞ୍ଚ। ଏହାରି ଭିତରେ ରମାଦେବୀ ବିଶ୍ବବିଦ୍ୟାଳୟ ଆଗରେ ଉତ୍ତେଜନା ଦେଖାଦେଇଛି । ରେଜଲ୍ଟକୁ ନେଇ ମୁହାଁମୁହିଁ ହେଇଛନ୍ତି ଦୁଇ ଛାତ୍ରଗୋଷ୍ଠୀ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏଯାଏଁ ରେଜଲ୍ଟ ପ୍ରକାଶ କରାଯାଇନି। ସେପଟେ ଉତ୍କଳ ୟୁନିଭର୍ସିଟିରେ ମଧ୍ୟ ରେଜଲ୍ଟ ଆଶଙ୍କା ବଢିବାରେ ଲାଗିଛି । ଅନ୍ୟପଟେ ରେଭେନ୍ସାରେ ବିସିଜେଡିର ପ୍ରେସିଡେଣ୍ଟ ପ୍ରାର୍ଥୀ ଜିତିଥିବାବେଳେ ଅନ୍ୟ ଆସନରେ ଏବିଭିପି ବିଜୟୀ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।